ମାର୍ଚ୍ଚ ୨୮ରେ ଆଞ୍ଚଳିକ ପଲ୍ଲୀଶ୍ରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଆଞ୍ଚଳିକ ପଲ୍ଲୀଶ୍ରୀ ସାହିତ୍ୟ ସଂସଦର ୭ମ ବାର୍ଷିକ ଉତ୍ସବ ଆସନ୍ତା ମାର୍ଚ୍ଚ ୨୮ତାରିଖରେ ହେବାକୁ ନିଷ୍ପତି ନିଆଯାଇଛି । ଅଣତିରା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ସଭାପତି ଲକ୍ଷ୍ମୀଧର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ସମ୍ବନ୍ଧରେ ବିଷଦ ଆଲୋଚନା କରାଯାଇ ଅନୁଷ୍ଠାନର ମୁଖପତ୍ର ‘ପଲ୍ଲୀପୁଷ୍ପ’ ପାଇଁ ଲେଖା ପଠାଇବା ପାଇଁ ଆହ୍ୱାନ କରାଯାଇଥିଲା । କବି କବୟତ୍ରୀ ଓ ସାହିତ୍ୟିକ ମାନେ କବିତା, ଶିଶୁ ଲେଖା, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା, ଏକାଙ୍କିକା, ଭ୍ରମଣ କାହାଣୀ ଆଦି ଲେଖାମାନ ସମ୍ପାଦକ ଚିନ୍ତାମଣି ଦାସ, ସମ୍ପାଦକ ପଲ୍ଲୀପୁଷ୍ପ, କୋଳିପଦୀ, ବିରିଡି, କେନ୍ଦୁଝର ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଥିଲା । ଆସନ୍ତା ମାର୍ଚ୍ଚ ୨୮ତାରିଖ ଦୋଳପୁର୍ଣ୍ଣିମା ଅବସରରେ ସପ୍ତମ ବାର୍ଷିକ ସାରସ୍ୱତ ଉତ୍ସବ ଅନୁଷ୍ଠିତ ହେବାସହ ଏହାକୁ ସରଶ ସୁନ୍ଦର କରିବା ପାଇଁ ସମସ୍ତ ସଭ୍ୟମାନେ ସମତବ୍ୟକ୍ତ କରିଥିଲେ । ଏହି ବୈଠକରେ ରାଜୀବ ଚନ୍ଦ୍ର ଜେନା, ଘନଶ୍ୟାମ ଜେନା, ବିଦ୍ୟାଧର ବେହେରା, ଗୋଲକ ବିହାରୀ ଜେନା, ଗଙ୍ଗାଧର ମାଝୀ, ଖଗେଶ୍ୱର ଜେନା, ହଳଧର ମହାରଣା, ତ୍ରୀଲୋଚନ ଜେନା, ସନାତନ ଲେଙ୍କା, ପ୍ରାଣବଲ୍ଲବ ଆୟଚ, ଅକ୍ଷୟ କୁମାର ରାଉତ, ଜୟନାରାୟଣ ସାହୁ, ଜ୍ୟୋତିର୍ମୟୀ ପରିଡା, ସଦାନନ୍ଦ ନାୟକ, ଯୋଗେଶ ଚନ୍ଦ୍ର ବ୍ରହ୍ମ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ