୭୨ ଦିନ ପରେ କଶ୍ମୀରରେ ଆରମ୍ଭ ହେଲା ପୋଷ୍ଟ୍‌ପେଡ୍ ମୋବାଇଲ୍ ସେବା

ଶ୍ରୀନଗର: ଦୀର୍ଘ ୭୨ ଦିନ ପରେ କଶ୍ମୀରରେ ଆଜି ସମସ୍ତ ନେଟୱର୍କରେ ପୋଷ୍ଟ୍‌ପେଡ୍ ମୋବାଇଲ୍ ସେବା ଆରମ୍ଭ ହୋଇଛି । ଧାରା ୩୭୦ ଉଚ୍ଛେଦ ହେବାର ଦୀର୍ଘ ୨ ମାସ ପରେ ସରକାରଙ୍କ ଦ୍ୱାରା ଏହି କଟକଣା ହଟାଯାଇଛି । ପ୍ରାୟ ୪୦ ଲକ୍ଷ ପୋଷ୍ଟପେଡ୍ ମୋବାଇଲ ଫୋନ୍ ଆଜି ଅପରାହ୍ନରୁ କାର୍ଯ୍ୟ କରିବା ଆରମ୍ଭ କରିଛି । ପ୍ରାୟ ୩୦ ଲକ୍ଷ ପ୍ରିପେଡ୍ ମୋବାଇଲ୍ ଫୋନ୍ ଯୋଗାଯୋଗ ଏଯାବତ୍ ହୋଇନାହିଁ । ଇଣ୍ଟରନେଟ୍ ବି ବାତିଲ ରହିଛି । ଧୀରେଧୀରେ ପ୍ରିପେଡ୍ ଏବଂ ଇଣ୍ଟରନେଟ୍ ସୁବିଧା ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଜମ୍ମୁ କଶ୍ମୀରରେ ପ୍ରାୟ ୭ ନିୟୁତ ମୋବାଇଲ ଫୋନ୍ ବ୍ୟବହାରକାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୪ ମିଲିଅନ୍ ଲୋକ ପୋଷ୍ଟ ପେଡ୍ ଉପଭୋକ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ