ଇଣ୍ଟରନେଟ୍ରେ ଆଞ୍ଚଳିକ ଭାଷା
ଦିନ ଥିଲା ଇଣ୍ଟରନେଟ୍ରେ ଅନ୍ୟ ଦେଶଗୁଡିକ ଭଳି ଆମ ଦେଶରେ ମଧ୍ୟ କେବଳ ଇଣ୍ଟରନ୍ୟାଶନାଲ୍ । ଲାଙ୍ଗୁଏଜ ଇଂଲିଶର ପ୍ରଚଳନ ଥିଲା । ହେଲେ ବର୍ତ୍ତମାନ ବିଭିନ୍ନ ଲୋକାଲ୍ ଲାଙ୍ଗୁଏଜ୍ ବା ଦେଶୀ ଭାଷାର ବ୍ୟବହାର ବହୁ ମାତ୍ରାରେ ବଢୁଥିବାର ଦେଖିବାକୁ ମିଳୁଛି । ଗୁଗୁଲ୍ର ଇଣ୍ଡିଆ ଆଣ୍ଡ ସାଉଥ୍-ଇଷ୍ଟ ଏସିଆନ୍ ଅପରେଶନ୍ର ଭାଇସ୍ ପ୍ରେସିଡେଣ୍ଟ ରାଜନ୍ ଆନନ୍ଦନ୍ଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଭାରତର ସମୁଦାୟ ଇଣ୍ଟରନେଟ୍ ଉପଭୋକ୍ତାଙ୍କ ମଧ୍ୟରୁ ଅଧିକାଂଶଙ୍କର ଇଂଲିଶରେ ପାରଦର୍ଶିତା ନାହିଁ । ଏମିତିକି ବର୍ତ୍ତମାନ ନୂଆ ନୂଆ ଇଣ୍ଟରନେଟ୍ ବ୍ୟବହାର କରୁଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କର ଇଂଲିଶ ଭାଷାରେ ଦକ୍ଷତା ନାହିଁ ।
ଗୁଗୁଲ୍ ପକ୍ଷରୁ ସର୍ଭେ ରିପୋର୍ଟ ମୁତାବକ, ବର୍ତ୍ତମାନ ଭାରତରେ ୨୩୪ ମିଲିଅନ୍ ଇଣ୍ଟରନେଟ୍ ୟୁଜର ଦେଶୀ ଭାଷା ବ୍ୟବହାର କରୁଥିବାବେଳେ ୧୭୫ ମିଲିଅନ୍ ଇଂଲିଶ ଭାଷା ବ୍ୟବହାର କରୁଛନ୍ତି । ଆଉ ବର୍ଷକୁ ପ୍ରାୟ ୧୮% ଦେଶୀ ଭାଷା ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି । ଇଣ୍ଟରନେଟ୍ରେ ବିଭିନ୍ନ ଆଞ୍ଚଳିକ ଭାଷା ବିଭିନ୍ନ ସର୍ଭିସ ଲାଗି ଯଥା ମେସେଜ ବା ଚାଟ୍(୧୬୯ ମିଲିଅନ୍), ସୋସିଆଲ ମିଡିଆ(୧୧୫ମିଲିଅନ୍), ଡିଜିଟାଲ ଏଣ୍ଟରଟେନ୍ମେଣ୍ଟ(୧୬୭ ମିଲିଅନ୍), ଅନ୍ଲାଇନ୍ ନ୍ୟୁ(୧୦୬) ବ୍ୟବହାର କରାଯାଉଛି । ୨୦୨୧ ସୁଦ୍ଧା ଭାରତରେ ଇଣ୍ଟରନେଟ୍ରେ ହିନ୍ଦୀ ଭାଷା ଉପଭୋକ୍ତାଙ୍କ ସଂଖ୍ୟା ଇଂଲିଶ ଭାଷା ଉପଭୋକ୍ତାଙ୍କ ତୁଳନାରେ ଯଥେଷ୍ଟ ବଢ଼ିଯିବ ବୋଲି ସମ୍ଭାବନା ରହିଛି । ଏହା ବ୍ୟତୀତ ତାମିଲ, କନ୍ନଡ, ବଙ୍ଗଳା, ମରାଠୀ, ତେଲଗୁ, ଗୁଜରାଟୀ, ମାଲାୟାଲମ୍ ଏବଂ ଓଡ଼ିଆ ଭାଷା ବ୍ୟବହାରୀଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି ।


