ଘରୋଇ ଉପାୟରେ ଭଲ ହୋଇପାରୁଛି ଶରୀରର ବ୍ୟଥା

ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ହେତୁ ଶରୀର ଘୋଳାବିନ୍ଧା ହେବା ଏକ ସାଧାରଣ ସମସ୍ୟା ପାଲଟିଗଲାଣି । କେବଳ ବୟସ୍କ ନୁହଁନ୍ତି, ଅଳ୍ପ ବୟସର ପିଲାଙ୍କ ଭିତରେ ବି ଏହି ସମସ୍ୟା ଦେଖା ଦେଲାଣି । ଏହା କୌଣସି ପ୍ରକାରର ରୋଗ ନୁହେଁ । ତେଣୁ ଆୟତ୍ତ ବାହାରର ଯନ୍ତ୍ରଣା ନହେଲେ ଔଷଧଠାରୁ ନିଜ ଶରୀରକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ତେବେ ଚାଲନ୍ତୁ ଜାଣିବା ବିନା ଔଷଧ ଖାଇ କିପରି ଭାବେ ଦେହ ଘୋଳାବିନ୍ଧାକୁ ଦୂରେଇ ହେବ ।
: ନିଜର ଦେହର ପୀଡ଼ା ମାରିବା ପାଇଁ ନାଲି ଚା’ ଅବ୍ୟର୍ଥ ଔଷଧ ପରି କାମ କରେ । ଆପଣ ସେହି ନାଲି ଚା’ରେ ଗୋଲମରିଚ ଓ ଅଦା ପକାଇ ପିଅନ୍ତୁ । ଦେଖିବେ ଆପଣ ଏହାକୁ ପିଇବା ପରେ ଆପଣଙ୍କ ଶରୀରର ପୀଡ଼ା କୁଆଡ଼େ ଦୂରେଇ ଯିବୟ
: ଆପଣ ଷ୍ଟିମ୍ ନେଇ କରି ମଧ୍ୟ ନିଜ ଶରୀରର ପୀଡ଼ା ଦୂର କରିପାରିବେ । ଗରମ ପାଣି କରି ସେଥିରେ କିଛି ମେଥୋ ବାମ୍ ମିଶ୍ରଣ କରନ୍ତୁ । ସେହି ମେଥୋ ବାମ୍ ପଡ଼ିଥିବା ଗରମ ପାଣି ସାମ୍ନାରେ ମୁହଁ ରଖି ଜୋର୍ ଜୋର୍ ନିଃଶ୍ୱାସ ନିଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଉପଶମ ମିଳିବ ।
: ଏହା ବ୍ୟତୀତ ଆଜିକାଲି ବଜାରରେ ଇଲେକ୍ଟ୍ରିକ୍ ମସାଜର୍ ମିଳୁଛି । ବିନା କାହାକୁ ମୋଡ଼ାଘଷା କରିବାକୁ କହି ଆପଣ ତାହାର ମଜା ନେଇପାରିବେ । ସେହି ମସାଜର ଜରିଆରେ ଆପଣ ନିଜର ହାତ ପାଉଥିବା ପର୍ଯ୍ୟନ୍ତ ନିଜ ଶରୀରର ଅଙ୍ଗରେ ବୁଲାଇ ଉପଶମ ପାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ