ସହସ୍ର ବୁଦ୍ଧ ଗୁମ୍ଫା

ଚାଇନାର ଗାନ୍‌ସୁ ପ୍ରଦେଶ ଅନ୍ତର୍ଗତ ଡୁନ୍‌ହୁଆଙ୍ଗ୍‌ରେ “ସହସ୍ର ବୁଦ୍ଧ ଗୁମ୍ଫା’ ଅବସ୍ଥିତ । ୧୯୮୭ରେ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ହୋଇଥିଲା । ଏହାର ଅନ୍ୟ ନାମ “ମୋଗାଓ ଗୁମ୍ଫା’ । ଏଠାରେ ବହୁ ସ୍ଥଖ୍ୟକ ବୁଦ୍ଧ ପ୍ରତିମା ଦେଖିବାକୁ ମିଳେ । ଏହି ସ୍ଥାନରେ ୟୁଇଜୁନ୍ ନାମକ ବୌଦ୍ଧ ସନ୍ନ୍ୟାସୀ ନିଜର ଅନ୍ତଃ ଦୃଷ୍ଟି ଦ୍ୱାରା ସହସ୍ର ବୁଦ୍ଧଙ୍କ ଦର୍ଶନ ଲାଭ କରିଥିଲେ । ସେ ହିଁ ପ୍ରଥମ ଗୁମ୍ଫା ନିର୍ମାଣ କରିଥିଲେ । ଏଠାରେ ସଂପ୍ରତି ୭୩୫ଟି ଗୁମ୍ଫା ସୁରକ୍ଷିତ ଅଛି । ଚତୁର୍ଥରୁ ଚତୁର୍ଦଶ ଶତାବ୍ଦୀ ମଧ୍ୟରେ ଏଠାରେ ହଜାରେରୁ ଅଧିକ ଗୁମ୍ଫା ମଣିଷ ହାତରେ ନିର୍ମିତ ହୋଇଥିବାର ଉଲ୍ଲେଖ ମିଳେ । ଏଠାରେ ଏକଦା ଥିଲା ଏକ ବିଶାଳ ପାଠାଗାର । ପାଠାଗାରରେ ଗଚ୍ଛିତ ସଂସ୍କୃତ ସମେତ ବିଭିନ୍ନ ଭାଷାର ପୋଥି କାଳକ୍ରମେ ଅନ୍ୟ ସ୍ଥାନକୁ ଯାଇଥିଲା । ଏହା ଚାଇନାର ଅନ୍ୟତମ ପ୍ରାଚୀନ ବେଦ୍ଧ ପୀଠ । ଏକଦା ମୁଖ୍ୟତଃ ବୌଦ୍ଧ ସନ୍ନ୍ୟାସୀମାନେ ଏଠାରେ ବାସକରୁଥିଲେ । କାଳକ୍ରମେ ସ୍ଥାନଟି ପରିତ୍ୟକ୍ତ ହୋଇପଡ଼ିଥିଲା । ଉନବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏବେ ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ଅଧିକାଂଶ ଗୁମ୍ଫା ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ସର୍ବଦା ଖୋଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ