ନିର୍ମାଣ ହେବ ଗୋପାଳପୁର ବନ୍ଦରକୁ ସ୍ୱତନ୍ତ୍ର ରୋଡ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗୋପାଳପୁର ବନ୍ଦରକୁ ଭାରିଯାନ ଚଳାଚଳା ସହ ଜାତୀୟ ରାଜପଥରେ ଉପୁଜିଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ନିମନ୍ତେ ମଙ୍ଗଳବାର ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷୀକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବେଠକରେ ଗୋପାଳପୁର ବନ୍ଦରକୁ ଯାତାୟତ କରିବା ନିମନ୍ତେ ଛତ୍ରପୁର ଜାତୀୟ ରାଜପଥ ଠାରୁ ଏକ ସ୍ୱତନ୍ତ୍ର ରୋଡ୍ ନିର୍ମାଣ ନିମନ୍ତେ ଏକ ଖସଡା ପ୍ରସ୍ତୁତ କରାଯାଇଛି । ଏନେଇ ଏକ କମିଟି ଗଠନ କରାଯାଇଛି । ସ୍ୱତନ୍ତ୍ର ରୋଡ ନିମନ୍ତେ ତିନୋଟି ଜାଗା ଚିହ୍ନଟ କରାଯାଇଛି । ଏହାକୁ ଆରଡି ବିଭାଗ ବୈଷୟିକ ଟିମ୍ ପରିଦର୍ଶନ କରିବେ । ମାଟିଖାଲ ସ୍ଥିତ ଖରାପ ହୋଇରହିଥିବା ଆରଡି ରୋଡର ନିର୍ମାଣ କରିବା ନିମନ୍ତେ ଆରଡି ବିଭାଗ ପକ୍ଷରୁ ପ୍ଲାନ ପ୍ରସ୍ତୁତ କରାଯାଇଛି । ଏହା ଗୋପାଳପୁର ବନ୍ଦର ଓ ଆରଡି ଏବଂ ଆଇଆରଇ କଂପାନୀ ପକ୍ଷରୁ ମିଳିତ ସମନ୍ୱୟ ରେ ରୋଡ ନିର୍ମାଣ କରାଯିବ । ଗୋପାଳପୁର ବନ୍ଦରକୁ ବାଣିଜ୍ୟକାରବାର ନିମନ୍ତେ ଆସୁଥିବା ଟ୍ରେନ୍ ହୋଇଥିବାରୁ ଏହାର ବଢିବାର ସମ୍ଭାବନା ଥିବା ହେତୁ ରେଳ ପ୍ଲାଟଫମ୍ କରାଯିବ । ଗୋପାଳପୁର ବନ୍ଦରକୁ ଯାତାୟତ କରିବା ସମୟରେ ଅଟକି ରହୁଥିବା ଭାରୀଯାନ ଯୋଗୁଁ ଏହାଦ୍ୱାରା ଟ୍ରାଫିକ ସମସ୍ୟା ଉପୁଜିଥିବା ହେତୁ ଜାତୀୟ ରାଜପଥରେ ପାକିଂ ବ୍ୟବସ୍ଥା କରିବା ନିମନ୍ତେ ଗୋପାଳପୁର ବନ୍ଦର ପକ୍ଷରୁ ତିନୋଟି ପ୍ରାଇଭେଟ୍ ଜାଗା ଚିହ୍ନଟ କରିଛନ୍ତି । ପାରିପାଶ୍ୱିକ ଉନ୍ନତୀ ନିମନ୍ତେ ଗୋପାଳପୁର ବନ୍ଦର ଓ ଆଇଆରଇ କର୍ତୃପକ୍ଷ କିପରୀ ଅଧିକ ଅଧିକ କରିବେ ତାହା ଉପରେ ମଧ୍ୟ ବୈଠକରେ ନିଷ୍ପତି ହୋଇଥିଲା । ଏହି ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଜିଲ୍ଲା ରାଜସ୍ୱ ଅଧିକାରୀ ଡଃ.ଦିବ୍ୟଲୋଚନ ମହନ୍ତ, ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ, ଛତ୍ରପୁର ପୁଲିସ ଏସଡିପିଓ ଉକ୍ରଳ କେଶରୀ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆରଡି ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ଜେନା, ଗୋପଳପୁର ବନ୍ଦର ଓ ଆଇଆରଇ କର୍ତୃପକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ