ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ “ପରୀକ୍ଷା ଦର୍ପଣ”
ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର ବାଙ୍କେଶ୍ୱରୀ ବିଦ୍ୟାପୀଠ ରେ ଚଳିତ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ୨୦୨୧ ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ” ପରୀକ୍ଷା ଦର୍ପଣ ” ସହାୟକ ପରୀକ୍ଷା ପୁସ୍ତକ ଫେବୃୟାରୀ ୦୨ ତାରିଖ ଦିନ ବଣ୍ଟନ କରାଯାଇଛି। “ପରୀକ୍ଷା ଦର୍ପଣ” ବଣ୍ଟନ କାର୍ଯ୍ୟକ୍ରମକୁ ବୁଗୁଡା ଭାରପ୍ରାପ୍ତ ବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ତପନ କୁମାର ମହାପାତ୍ର, ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ସମିତି ସଭ୍ୟ ବିବେକାନନ୍ଦ ବାରିକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ରହି ପରୀକ୍ଷା ଦର୍ପଣ ସହାୟିକା ପୁସ୍ତିକା ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଥିଲେ। ଚଳିତ ବର୍ଷ ବୋର୍ଡ଼ ପରୀକ୍ଷାରେ ୮୦ ମାର୍କ ପରୀକ୍ଷା ହେଉଥିବା ଦୃଷ୍ଟିରୁ କେଉଁ ପ୍ରକାର ପ୍ରଶ୍ନ ଓ କେତେ ପରିମାଣର ପାଠ୍ୟ ବିଷୟରେ ପରୀକ୍ଷା ହେବ ଏହି ସହାୟକ ପୁସ୍ତକ “ପରୀକ୍ଷା ଦର୍ପଣ” ରୁ ଛାତ୍ରଛାତ୍ରୀ ମାନେ ଜାଣିପାରିବେ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପକୁ ଅଭିଭାବକ ବୃନ୍ଦ ଖୁବ୍ ପ୍ରଶଂସା କରିବା ସହ ଖୁସି ପ୍ରକଟ କରିଛନ୍ତି।