ହୁଳହୁଳିରେ କମ୍ପିଲା ମାଙ୍କ ପୂଜା ମଣ୍ଡପ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଲୋୟରବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାର ମାର୍କେଟ କଂପେକ୍ସ ଠାରେ ମାଁ ଗଜଲକ୍ଷ୍ମୀପୂଜାର ତୃତୀୟ ଦିନରେ ପଦାର୍ପଣ କରିଛି । ଆଜି ମାଁଙ୍କ ଆଳତୀରେ ମହିଳା ଭକ୍ତମାନଙ୍କ ହୁଳହୁଳି ସହ ଶଙ୍ଖଧ୍ୱନୀ ଏବଂ ବାଦ୍ୟବାଜଣାରେ ପୂଜାସ୍ଥଳ କମ୍ପିଉଠିଥିଲା । ପବିତ୍ର କୁମାରପୂର୍ଣ୍ଣମୀ ଦିନ ଠାରୁ ମାଁଙ୍କ ପୂଜା ଆଚାର୍ଯ୍ୟ ସରୋଜ ଶତପଥୀ , ନୃସିଂହ ଚରଣ ପଣ୍ଡା ଓ ସୁମନ ପଣ୍ଡାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ସହର ବହୁ ମାନ୍ୟଗଣ ବ୍ୟକ୍ତି ମାନେ ଯୋଗଦେଇ ପୂଜା କମିଟି ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପୂଜା ଅକ୍ଟୋର୨୧ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏଥିରେ ଲକ୍ଷ୍ମୀବଜାର ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ସଂପାଦକ ପ୍ରଦୀପ କୁମାର ସାହୁ,ଉପସଭାପତି ମନୋଜ କୁମାର ସାହୁ,ଆରତ ବିଶ୍ୱାଳ,ଅଶୋକ କୁମାର ବେହେରା,କୋଷାଧ୍ୟକ୍ଷ ଅତୁଲ କୁମାର ଦାସ,ସ୍ୱାଭିମାନ ସ୍ୱେଚ୍ଛାସେବୀ ସଙ୍ଗଠନର ସଭାପତି ତଥା ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା,ସମାଜସେବୀ କେ.ହରିନାଥ,ଚିନ୍ମୟ କୁମାର ଦାସ,କେଞ୍ଚୁ ପୁରୋହିତ,ପ୍ରକାଶ ଚନ୍ଦ୍ର ପୁରୋହୋତ, ସନ୍ତୋଷ ଚୈାଧୁରୀ,ବାବୁ ବେହେରା,ସୁରେନ୍ଦ୍ର ବେହେରା,ଆନ୍ତର୍ଯାତିକ ଖେଳାଳୀ ଭି.ରମେଶ ରାଓ,ସୁଶାନ୍ତ କୁମାର ବେହେରା,ମୁନା ସାମଲ,ଏସ୍ . ପ୍ରବୀଣ କୁମାର ରାଓ,ସରୋଜ କୁମାର ପାଢୀ,ପି.ରାଜ କୁମାର,ଅଖିଳ କୁମାର ପାଣିଗ୍ରାହୀ,ଲିପୁନ କୁମାର ବିଶ୍ୱାଳ,ନାରାୟଣ ମହାରଣା,କେ.କମଲ କୁମାର,ସନ୍ତୋଷ କୁମାର ସାହୁ,ନଳିନୀକାନ୍ତ ନାୟକ (ପପି),ରବି ନାରାୟଣ ବେହେରା,ମନୋଜ ରେଡ୍ଡି,କିଶୋର ମହାନ୍ତି, ଅଟ୍ଟଳବିହାରୀ ପଟ୍ଟନାୟକ, ସୁଦାମ ରାଉଳ, ଶତୃଘ୍ନ ମାହଙ୍କୁଡ ଙ୍କ ସମେତ ସମସ୍ତ ପୂଜା କମିଟିର ସଦସ୍ୟ ପରିଚାଳନା କରୁଛନ୍ତି ।