ବେଲଗୁଣ୍ଠାରେ ଗଜଲକ୍ଷ୍ମୀ ପୂଜା

ବେଲଗୁଣ୍ଠା-(ଯୁଗାବ୍ଦ ନ୍ୟୁଜ )-ଗଞ୍ଜାମ ଜିଲ୍ଲାର ମନ୍ଦିରମାଳିନୀ ସହର ଭାବେ ପ୍ରସିଦ୍ଧ ବେଲଗୁଣ୍ଠା ସହରରେ ପବିତ୍ର କୁମାର ପୁର୍ଣ୍ଣିମା ତଥ ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।ବେଲଗୁଣ୍ଠା ସହରର ହାଟପଦା ଓ ଜଗନ୍ନାଥ ପ୍ରସାଦ ରୋଡ୍ ଠାରେ ସୁନ୍ଦର ଆଲୋକ ଓ ସାଜସଜ୍ଜା ସହ ମାଁ ଗଜଲକ୍ଷ୍ମୀଙ୍କ ମୃଣ୍ମୟୀ ମେଢ଼ ପୂଜା ପାଉଛନ୍ତି ।ହାଟପଦା ଠାରେ ସୁଶାନ୍ତ ବେହରା ଓ ତାଙ୍କ ଧର୍ମପତ୍ନୀ ଆରତୀ ବେହରା କର୍ତା ରୁପେ ପୂଜା କାର‌୍ୟ୍ୟ ସମ୍ପାଦନ କରିଥିଲେ ।ସଂଧ୍ୟାରେ ଆରତୀ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମହେବା ଲକ୍ଷ୍ୟ କରାଯାଇଛି ।ପ୍ରତିଦିନ ସଂଧ୍ୟାରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସାଦ ରୁପେ ଭକ୍ତ ମାନଙ୍କୁ ବଣ୍ଟାଯାଉଛି । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ମୁତୟନ ହୋଇଛନ୍ତି ।ହାଟପଦା ପୁଜା କମିଟିର ଚନ୍ଦନ ସାହୁ, ପ୍ରଦିପ ସାହୁ, ଦିଲ୍ଲୀପ ସାହୁ, ସନ୍ତୋଷ କୁମାର ସାହୁ, ସୁର‌୍ୟ୍ୟ ଜେନା, କୋକୋ ଗୌଡ, ଜଗା,ବଳିଆ,କାଶୀ ,ଜଗା ଡାକୁଆ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ