ଅକରୁଆରେ ଲକ୍ଷ୍ମୀନାରାୟଣ ପୂଜା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଅକରୁଆ ଗ୍ରାମରେ ଗୋଲା ଜାତିର ଇଷ୍ଟ ଦେବୀ ଲକ୍ଷ୍ମୀନାରାୟଣଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜାବିଧି ଅନୁଯାଇ ଏହା ୫ଦିନ ଧରି ଅନୁଷ୍ଠିତ ହେବ । ଗତ ରବିବାର ଦିନ ଚିନ୍ତାମଣୀ ଜେନା ଓ କୈଳାଶ ଖଟୁଆଙ୍କ ଦ୍ୱାରା ଘଟ୍ଟ ନିମଜ୍ଜନ କରାଯାଇ ପୂଜାମଣ୍ଡପରେ ସ୍ଥାପନ କରାଯିବାପରେ ସୁବିଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ସୁସଜ୍ଜିତ ପୂଜା ମଣ୍ଡପ ଓ ଆଲୋକମାଳାରେ ପରିବେଶକୁ ରଙ୍ଗିନ କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ, ନାମସଙ୍କିର୍ତ୍ତନ ହେବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ଲକ୍ଷ୍ମୀନାରାୟଣ ଗୋଲା ଜାତିର ଜିଲ୍ଲା ସମ୍ପାଦକ ରଘୁନାଥ ବେହେରା, କୋଷାଧ୍ୟକ୍ଷ ଚିନ୍ତାମଣୀ ଜେନା, ପୁର୍ବତନ ସରପଞ୍ଚ ବିଶ୍ୱନାଥ ଖଟୁଆ, ଭାଗିରଥି ଖଟୁଆ, ଉମାକାନ୍ତ ଖଟୁଆ, ବାବାଜି ମହାନ୍ତି, ନାରାୟଣ ଖଟୁଆ, କାର୍ତ୍ତିକେଶ୍ୱର ଖଟୁଆ, ଗୌରାଙ୍ଗ ଖଟୁଆ, ମାୟାଧର ମହାନ୍ତି, ବାଇଧର ମହାନ୍ତି, ଗୋପୀନାଥ ଖଣ୍ଡା, ରମେଶ ଖଟୁଆ, ରମାକାନ୍ତ ଖଟୁଆ, ମଧୁସୁଦନ ମହାନ୍ତି, ୱାର୍ଡସଭ୍ୟ ଅକ୍ଷୟ ମହାନ୍ତି, ପ୍ରଫୁଲ ଖଟୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । କେନ୍ଦୁଝର ଜିଲ୍ଲାର ଜମ୍ଭୀରା, ଶିବନାରାୟଣପୁର, ଦୁଡୁଗାଁ, ହାତୀବନ୍ଧା, ପୁସ୍କୁରା, ବୈଦାଖିଆ, ମରୈଗାଁ, ଆମ୍ବଗଡିଅ. ବଳଦୁଆଁ, ନୁଆ ହାତୀବନ୍ଧା, ଚିଲଝରୀ, ଜଡାବାଙ୍କ, ସଙ୍ଗମ, ମହୁଲପଙ୍ଖା ଆଦି ଗ୍ରାମ ମାନଙ୍କରେ ଲକ୍ଷ୍ମୀନାରାୟଣ ପୂଜା ଧୁମ ଧାମରେ ପାଳନ କରାଯାଉଛି ବୋଲି ଜିଲ୍ଲା ସଭାପତି ଅଲେଖ ଚନ୍ଦ୍ର ଦାସ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ