ସର୍ବ ଭାରତୀୟ ମା ବାସୁଳୀ କପ କ୍ରିକେଟ ୭ରୁ

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ମଠକପୁଣ୍ଡୀ ମିନି ଷ୍ଟାଡିୟମ ଠାରେ ସର୍ବ ଭାରତୀୟ ମା ବାସୁଳୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ଫେବୃୟାରୀ ମାସ ୭ତାରିଖରୁ ଅନୁଷ୍ଠିତ ହେବ । ଏଥିରେ ୭ତାରିଖରେ ଛତିଶଗଡ ଷ୍ପୋର୍ଟସ ଓ ରାଇଜଂ ଷ୍ଟାର କଟକ,୮ତାରିଖରେ ପଞ୍ଚଶଖା କ୍ରିକେଟ ଏକାଡେମୀ ପୁରୀ ଓ ୟୁ ଏଣ୍ଡ ମି ବାଲେଶ୍ୱର, ୯ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ୧୦ତାରିଖରେ ସୋଲାର କ୍ଲବ କଟକ ଓ ଚରମ୍ପା ଏକାଡେମୀ ଭଦ୍ରକ, ୧ତାରିଖରେ ଟାଟା ସ୍ପୋର୍ଟ ଜାମସେଦପୁର ଓ ଇଲେଭେନ୍ଥ ଫର ବରହମପୁର ଏବଂ ୧୨ତାରିଖରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ୧୪ତାରିଖରେ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଉପଦ୍ଦେଷ୍ଟା ମନୋଜ ପାତ୍ର, ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତରଞ୍ଜନ ପାତ୍ର, ସଦସ୍ୟ ପଦ୍ମନାଭ ସାମଲ, ବଳରାମ ଜେନା, ବିଜୟ ମଲ୍ଲିକ, ଗୌରାଙ୍ଗ ରଣା, ଚିତ୍ତରଞ୍ଜନ ଜେନା, ପ୍ରଦୀପ ଜେନା, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ଶାନ୍ତନୁ ରାଉତ, ମାନସ ଜେନା, ଚିତ୍ତରଞ୍ଜନ ନାୟକଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବସି ଚୁଡାନ୍ତ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ