ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଚଳିତ ଶିକ୍ଷା ବର୍ଷ ସକାଶେ ଶୁକ୍ରବାର ସ୍ଥାନୀୟ ପୌରାଞ୍ଚଳରେ ୨ ଟି ପରୀକ୍ଷା କେନ୍ଦ୍ରରେ ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ସେଣ୍ଟର ଅଫ ଏକ୍ସେଲେନ୍ସିରେ ଅନ୍ତର୍ଭୁକ୍ତ ହୋଇଥିବା ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଷଷ୍ଠ ଓ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ମେଧାବୀ ଛାତ୍ର ଛାତ୍ରୀଙ୍କ ଲାଗି ପରୀକ୍ଷା ଅନୁଷ୍ଠିତ ହୋଇଛି।ଉଭୟ ସରକାରୀ ଉଚ୍ଚ ବିଦ୍ୟାଳୟରରେ କୋଭିଡ ନିୟମ ଅନୁଯାୟୀ ଉକ୍ତ ପରୀକ୍ଷା ପରିଚାଳିତ ହୋଇଥିଲା।ପ୍ରଥମ ସ୍ତରରେ ଷଷ୍ଠ ଶ୍ରେଣୀ ନିମନ୍ତେ ୧୪୪ ଜଣ ପରୀକ୍ଷାର୍ଥୀଙ୍କୁ ଆବଣ୍ଟନ ହୋଇଥିଲା ବେଳେ ୧୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥିଲା ଓ ୭ ଜଣ ଅନୁପସ୍ଥିତ ଥିଲେ।ସେହିପରି ଦ୍ଵିତୀୟ ସ୍ତରରେ ନବମ ଶ୍ରେଣୀ ନିମନ୍ତେ ୬୮ ଜଣ ପରୀକ୍ଷାର୍ଥୀ ଙ୍କୁ ଆବଣ୍ଟନ ହୋଇଥିଲା ବେଳେ ୫୭ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ ଏବଂ୧୧ ଜଣ ଅନୁପସ୍ଥିତ ଥିଲେ।ଅନୁରୂପ ଭାବେ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ମେଧାବୃତ୍ତି ପରୀକ୍ଷାରେ ପ୍ରଥମ ସ୍ତରରେ ଷଷ୍ଠ ଶ୍ରେଣୀର ୬୮ଜଣ ପରୀକ୍ଷାର୍ଥୀଙ୍କ ନିମନ୍ତେ ଆବଣ୍ଟନ ହୋଇଥିଲା।ସେଥିରୁ ୬୦ ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିଲା ବେଳେ ୮ଜଣ ଅନୁପସ୍ଥିତ ଥିଲେ।ସେହିପରି ଦ୍ଵିତୀୟ ସ୍ତରରେ ନବମ ଶ୍ରେଣୀ ନିମନ୍ତେ ୧୩୩ ଜଣ ପରୀକ୍ଷାର୍ଥୀଙ୍କୁ ଆବଣ୍ଟନ ହୋଇଥିଲା ବେଳେ ୧୩୨ ଜଣ ଉପସ୍ଥିତ ଥିଲେ ଓ ଜଣେ ମାତ୍ର ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି।ଉଭୟ ପରୀକ୍ଷା କେନ୍ଦ୍ରରେ ସେଣ୍ଟର ସୁପରିଟେଣ୍ଡେଣ୍ଟ ଭାବେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ, ମିନତୀ କୁମାରୀ ପାତ୍ର ଓ ଡେ଼ପୁଟି ସୁପରିଟେଣ୍ଡେଣ୍ଟ ଭାବେ ଆର ଭୀମରାଜୁ ଓ ଭଗବାନ ମହାନ୍ତି ଦାୟିତ୍ୱ ନିର୍ବାହ କରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ