ଭଣ୍ଡାରିପୋଖରୀରେ ଚକାଜାମ ପ୍ରଭାବଶୂନ୍ୟ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ତିନି ଘଣ୍ଟିଆ ଚକାଜାମ ଆଜି ଭଣ୍ଡାରିପୋଖରୀରେ ପ୍ରଭାବଶୂନ୍ୟ ଦେଖାଯାଇଛି । ଉକ୍ତ ଡାକରାକୁ କଂଗ୍ରେସ ନୈତିକ ଭାବେ ସମର୍ଥନ ଜଣାଇଥିଲେ ସୁଦ୍ଧା ଜାତୀୟ ରାଜପଥରେ ଗାଡିଚଳାଚଳ ସ୍ୱଭାବିକ ରହିଥିଲା । ଦିନ ୧୨ଟାରୁ ୩ଟା ଯାଏଁ ଚକାଜାମ ପାଇଁ ପୂର୍ବ ଘୋଷଣା ହୋଇଥିବାବେଳେ ଭଣ୍ଡାରିପୋଖରୀ ଠାରୁ ଆଖୁଆପଦା ଯାଏଁ ଗାଡିଚଳାଚଳ ସ୍ୱଭାବିକ ରହିଥିଲା । ବିଭିନ୍ନ ମାଲବାହୀ ଟ୍ରକ ସହିତ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ଦେଖିବାକୁ ମିଳିଥିଲା । ଏହା ସହିତ ଉକ୍ତ ସମୟ ମଧ୍ୟରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଅନ୍ୟାନ୍ୟ ରାସ୍ତାରେ ଗାଡି ଚଳାଚଳ ପୂର୍ବଭଳି ରହିଥିଲା । ମଞ୍ଜୁରୀରୋଡ ରେଳଷ୍ଟେସନ ଦେଇ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ସ୍ୱଭାବିକ ରହିଥିଲା । ମୋଟାମୋଟି ଭାବେ ବ୍ଲକ ଅଞ୍ଚଳରେ ଚକାଜାମ ଡାକରା ବିଫଳ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ