ଖାନଙ୍କା ହବିବିୟା ଟ୍ରଷ୍ଟ କମିଟି ପକ୍ଷରୁ ଏସଡିପିଓ, ଆଇଆଇସିଙ୍କୁ ସମ୍ବର୍ଦ୍ଧନା

ଧାମନଗର (ଓ୍ବାଇଏନଏସ): ଧାମନଗରରେ ପ୍ରଫେଟ ମହାପୁରୁଷ ହଜରତ ମହମ୍ମଦଙ୍କ ଜନ୍ମଦିନ ତଥା ଜସ୍ନେ-ଏ-ଇଦ୍ ମିଲାଦୁନ ନବୀ ଉପଲକ୍ଷେ ବିଭିନ୍ନ ସାହିବସ୍ତି ଏବଂ ଯୁବ ସଂଗଠନ ତରଫରୁ ୩୪ଗୋଟି ରଙ୍ଗବେରଙ୍ଗ ଆଲୋକରେ ସୁସଜ୍ଜିତ ଆକର୍ଷଣୀୟ ଜୁଲୁସ୍ ଓ କାଫଲା ଶୋଭାଯାତ୍ରା ସହର ପରିକ୍ରମା କରି ସୁଚାରୁରୂପେ ଗତି୨୫ରେ ସମାପ୍ତ ହୋଇଛି।ଏହି ଅବସରରେ ୨୬ରେ ଧାମନଗର ଏନ ଏ ସି ଅନ୍ତର୍ଗତ ୮ନମ୍ବର ୱାର୍ଡ ଅଧିନ ଜଗତି କଦମରସୁଲ ଠାରେ ନବୀସାହେବ ପୀରବାବାଙ୍କ ଉତ୍ସବ ଏବଂ ୧୫୦୧ତମ ଜସ୍ନେ ଇଦ୍ ମିଲାଦୁନ ନବୀ (ସ.ଅ.ସ)ଙ୍କ ୨୦୨୬ ପାଳନ ଓ ତବୃକାତ୍ ଦର୍ଶନ କାର୍ଯ୍ୟକ୍ରମ ସୁରଖୁରରେ ସମ୍ପର୍ଣ୍ଣ ହୋଇଛି। ପୋଲିସ ପ୍ରଶାସନର ସହଯୋଗରେ ଉକ୍ତ ଦୁଇ ଦିନର ପର୍ଵ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବାରୁ ଧାମନଗର ଖାନକା ହବିବିୟା ଟ୍ରଷ୍ଟ କମିଟିର କର୍ମକର୍ତ୍ତା ପୋଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। କମିଟି ସଭାପତି ମୌଲାନା ସୟଦ ଗୋଲାମ ଅହେମ୍ମଦ ହବିବି(ମସ୍ତାନ-ଏ-ମିଲ୍ଲତ)ଙ୍କ ନେତୃତ୍ବରେ ଉପସଭାପତି ଏମଡି ଅବଦୁଲ ମନ୍ନାନ ହବିବି,ସମ୍ପାଦକ ମୌଲାନା ମୁକ୍ତାର ଅହେମ୍ମଦ ହବିବି,ଉପଦେଷ୍ଟା ଏମଡି ଫଜଲେ ବାରି ହବିବି,ସେକ ଅବଦୁଲ ହାକିମ,ସେକ ଜାଫର ଅଲ୍ଲୀ,ସେକ ଅସଲାମ,ଏମଡି ଜୟନୁଲ ଆବେଦିନ,ଏମଡି ଇସଲାମୁଦ୍ଦିନ,ସେକ ସିରାଜ, ସେକ କାଦିର ସେକ ଖଲିଲ୍ ପ୍ରମୁଖ ଉଭୟଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଏସଡିପିଓ ବିଷ୍ଣୁ ଚରଣ ବାରିକ,ଆଇଆଇସି ଶୁଭ୍ରଜିତ ଦାଶଙ୍କୁ କମିଟି ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ ଚଳିତ ବର୍ଷ ପୀରବାବାଙ୍କ ୪୭ତମ ଉର୍ସ ଉତ୍ସବକୁ ନୂତନ ଟ୍ରଷ୍ଟ କମିଟି ତରଫରୁ ସମସ୍ତ କାର୍ଯ୍ୟ ହାତକୁ ନେଇଛନ୍ତି। ଟ୍ରାଫିକ,ଗାଡ଼ି ପାର୍କିଂ ସହିତ ଶାନ୍ତି ଶୃଙ୍ଖଳାରେ କିପରି ପାଳନ ହେବ ସେଥିପାଇଁ ସଭାପତି (ମସ୍ତାନ-ଏ-ମିଲ୍ଲତ) ଦୁଇ ଅଧିକାରୀଙ୍କ ସହ ଆଲୋଚନା କରି ୧୭/୧୮ ଦୁଇ ଦିନ ଉର୍ସରେ ସହଯୋଗ ପାଇଁ ଅନୁରୋଧ କରିଥିବା ବେଳେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଦୁଇ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ