ଅଟୋ-ବସ ମୁହାଁ ମୁହିଁ

ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି ସ୍ଥିତ ଆମ୍ବଗଡ ଠାରେ ଘରୋଇ ବସ ସହ ଅଟୋ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟ ହୋଇଥିବା  ବେଳେ ୬ ଜଣ ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ହେଲେ ରଞ୍ଜିତା ଦଳାଇ । ଆହତ ମାନଙ୍କ ମଧରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି… ସମସ୍ତ ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ମହିଳା ଜଣକ ପରିଚୟ ରଂଜିତା ଦଳାଇ ବୋଲି ଜଣାପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ମିଳିଥିବା ସୂଚନା ଅନୁଯାୟୀ, ଅଟୋରେ ଏକ ପରିବାରର ୮ ଜଣ ମନ୍ଦିର ଦର୍ଶନ ପାଇଁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ସମୟରେ ବସଟି ଅଟୋକୁ ସାମ୍ନା ପଟୁ ଧକ୍କା ଦେଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ