ଆର୍ଯ୍ୟପଲ୍ଲୀ ଠାରେ ଋଣ ମେଳା ଓ ଆର୍ଥିକ ସ୍ୱାକ୍ଷରତା ସପ୍ତାହ ପାଳନ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ଓ କଣମଣା ପଂଚାୟତ ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ସ୍ୱାବଲମ୍ବୀ କରିବା ନିମନ୍ତେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ପକ୍ଷରୁ ଋଣ ମେଳା ସହ ଆର୍ଥିକ ସ୍ୱାକ୍ଷରତା ସପ୍ତାହ – ୨୦୨୧ କାର୍ଯ୍ୟକ୍ରମ ବ୍ୟାଙ୍କ ଶାଖା ପ୍ରବନ୍ଧକ ଶୁଭମ୍ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଆରଡିଏ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଯୋଗଦେଇ ୧୫ ଟି ଏସଏଚଜି ଗୃପ କୁ ଋଣ ନିମନ୍ତେ ଚେକ୍ ପ୍ରଦାନ କରିଥିଲେ । ଆର୍ଯ୍ୟପଲ୍ଲୀ ପଂଚାୟତରେ ଅଧିକରୁ ଅଧିକ ମହିଳା ମାନେ କୁକୁଡା ଚାଷ କରିବା ନିମନ୍ତେ ପିଡି କହିଥିଲେ । ୧୫ ଟି ଏସଏଚଜି ଗ୍ରୁପ କୁ ଇଣ୍ଡିଆ ଓଭରସିଜ୍ ବ୍ୟାଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆର୍ଯ୍ୟପଲ୍ଲୀ ସରପଂଚ ଏମ୍ ଲକ୍ଷ୍ମୀ, ମତ୍ସଜିବୀ ନେତା ଏମ୍. ଗୁମାଲୀ, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ସିନିୟର ରିଜନାଲ୍ ମ୍ୟାନେଜର ବି.ଏନ୍.ସିଂ , ରିଜନାଲ୍ ରିସର୍ଚ୍ଚ ମ୍ୟାନେଜର ମିନକେତନ ଜେନା, ଫାଇନାନ୍ସିଆଲ ର ବରିଷ୍ଠ ଅଧିକାରୀ ତନ୍ମୟ ପାଢୀ , ଛତ୍ରପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ସହ ଶାଖା ପ୍ରବନ୍ଧକ ଦୀପକ କୁମାର ମାଝୀ , ବଡ ଆର୍ଯ୍ୟପଲ୍ଲୀ ଗ୍ରାମର ଭଦ୍ର ବ୍ୟକ୍ତି ଏରେୟା ସାହୁ,ଡବ୍ଲୁ କାଲେୟା, ଜି. ନାରାୟଣ ଓ ଏ. କାଲେୟାଙ୍କ ସମେତ ଶତାଧିକ ମହିଳା ମାନେ ଉପସ୍ଥିତ ଥିଲେ । ଶେଷରେ ଆର୍ଯ୍ୟପଲ୍ଲୀ ସରପଂଚ ଏମ୍ ଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ।