ଅଭିମନ୍ୟୁଙ୍କୁ ଶ୍ରୀକୃଷ୍ଣ ରକ୍ଷା ନ କରିବାର କାରଣ

ମହାଭାରତର ଅଭିମନ୍ୟୁଙ୍କ ଚରିତ୍ର ବିଷୟରେ କାହାକୁ ବା ଅଛପା! ଯୁଦ୍ଧବିଦ୍ୟାରେ ପାରଙ୍ଗମ ଅଭିମନ୍ୟୁ ଶତ୍ରୁ ପକ୍ଷରୁ ଚକ୍ରବ୍ୟୁହରୁ ନିଜକୁ ମୁକୁଳେଇବାରେ ଅସମର୍ଥ ହୋଇ ଜୀବନ ହରାଇଲେ । ତେବେ, ଜାଣରଖନ୍ତୁ ଯେ ଏ ସବୁ ପଛର ମହାନାୟକ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣୟ କୃଷ୍ଣ ଚାହିଁଥିଲେ ଅଭିମନ୍ୟୁଙ୍କ ଜୀବନ ବଞ୍ଚିପାରିଥାନ୍ତା । ସମସ୍ତେ ଜାଣନ୍ତି ଯେ ମାଆ ସୁଭଦ୍ରାଙ୍କ ପେଟରେ ଥିବା ବେଳେ ଅର୍ଜୁନ ଚକ୍ରବ୍ୟୁହ ଭିତରକୁ କେମିତି ଯିବାକୁ ହେବ କହୁଥିବାବେଳେ ତାହାକୁ ଶୁଣିଥିଲେ ଅଭିମନ୍ୟୁ । ମାତ୍ର ସେଠାରୁ କିପରି ଫେରିବାକୁ ହେବ ଶୁଣିପାରିନଥିଲେ । ଫଳରେ ଚକ୍ରବ୍ୟୁହକୁ ସିନା ପଶି ଯାଇଥିଲେ, ହେଲେ ସେଠାରୁ ଆଉ ମୁକୁଳି ନପାରି ଜୀବନ ହରାଇଥିଲେ ।
ବାସ୍ତବ କଥାଟି ହେଉଛି ଅର୍ଜୁନ ଚକ୍ରବ୍ୟୁହ ଭିତରକୁ କିପରି ଯାଇହେବ କହିସାରିବା ପରେ ସେଠାରେ ପହଞ୍ଚିଥିଲେ ଭଗବାନ ଶ୍ରୀକୃଷ୍ଣ । କପଟ କରି ଠିକ୍ ସମୟରେ ତାଙ୍କୁ ସେଠାରୁ ଉଠାଇ ଅନ୍ୟତ୍ର ନେଇଯାଇଥିଲେ । ଚକ୍ରବ୍ୟୁହରୁ କିପରି ବାହାରକୁ ବାହାରି ହେବ କହିପାରିନଥିଲେ ଅର୍ଜୁନ । କୃଷ୍ଣଙ୍କ ଏପରି କରିବା ପଛର କାରଣ ହେଉଛନ୍ତି ଚନ୍ଦ୍ର ଦେବତା । ଅଭିମନ୍ୟୁ ହେଉଛନ୍ତି ଚନ୍ଦ୍ରଙ୍କ ପୁଅ । ସେ ମର୍ତ୍ତ୍ୟରେ ଜନ୍ମ ନେବା ପୂର୍ବରୁ ଚନ୍ଦ୍ର ଦେବତା ଏକ ସର୍ତ୍ତ ରଖିଥିଲେ । ନିଜ ପୁଅକୁ ବେଶି ଦିନ ଛାଡ଼ି ରହିପାରିବେ ନାହିଁ ବୋଲି ଅଭିମନ୍ୟୁଙ୍କୁ ମାତ୍ର ୧୬ ବର୍ଷ ପାଇଁ ନିଜଠାରୁ ଦୂରେଇବାକୁ ସର୍ତ୍ତ ରଖିଥିଲେ ଚନ୍ଦ୍ର । ଅଭିମନ୍ୟୁ ମାତ୍ର ୧୬ ବର୍ଷ ଆୟୁଷ ଧରି ଜନ୍ମ ହୋଇଥିଲେ । ଏହା ଭଗବାନ କୃଷ୍ଣଙ୍କୁ ଜଣାଥିଲା । ସେ ଜାଣି ଜାଣି ଅଭିମନ୍ୟୁଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ