ପତ୍ନୀଙ୍କ ପାଇଁ ସ୍ୱାମୀ ନିର୍ମାଣ କଲେ ମନ୍ଦିର

ଜୟପୁର: ଦୁଇ ମାସ ପୂର୍ବରୁ ରାଜସ୍ଥାନ ସିକର ଜିଲାର ଫତେପୁରରେ ଏକ ସଡ଼କ ଦୁର୍ଘଟଣାରେ ହରିୟାଣାରେ ବସବାସ କରୁଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ଜିତେନ୍ଦ୍ର କୌଶିକଙ୍କ(୫୪) ସ୍ତ୍ରୀ ସୁନିତା କୌଶିକ ବୋଲି ଜଣାପଡ଼ିଛି । ସ୍ତ୍ରୀର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିବା ଜିତେନ୍ଦ୍ର ଦୁର୍ଘଟଣା ଘଟିଥିବା ସ୍ଥାନରେ ଏକ ମନ୍ଦିର ତିଆରି କରିବା ପାଇଁ ଚିନ୍ତା କରିଥିଲେ । ଆଉ ଏଥିପାଇଁ ସ୍ଥାନୀୟ ହୋଟେଲ ମାଲିକ ନିଜର ଜମି ଦାନ କରି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । ଏହାପରେ ସେଠାରେ ସେ ଏକ ମନ୍ଦିର ନିର୍ମାଣ କରିଥିଲେ । ସ୍ଥାନୀୟ ପୋଲିସ ଓ ପରିବାରର ଉପସ୍ଥିତିରେ ଜିତେନ୍ଦ୍ର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।
ସୂଚନାଯୋଗ୍ୟ, ଅଗଷ୍ଟ ୧୬ରେ ଜିତେନ୍ଦ୍ର ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ଜିନ୍ଦରୁ ସାଲାସର ବାଲାଜୀ ମନ୍ଦିର ଦର୍ଶନ ପାଇଁ ୨ଟି କାରରେ ଯାଇଥିଲେ । ଗୋଟିଏ କାରରେ ଜିତେନ୍ଦ୍ର,ବଡ଼ ପୁଅ ବୋହୂ ଓ ନାତି ଥିବା ବେଳେ ଅନ୍ୟଟିରେ ତାଙ୍କ ସ୍ତ୍ରୀ, ସାନ ପୁଅ ଓ ବୋହୂ ଥିଲେ । ଫତେହପୁର ନିକଟରେ ଏକ କ୍ୟାଣ୍ଟର ଜିତେନ୍ଦ୍ରଙ୍କ ସ୍ତ୍ରୀ ଥିବା କାରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେୟ ଆହତ ଅବସ୍ଥାରେ ଜିତେନ୍ଦ୍ର ସ୍ତ୍ରୀକୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ