ଆରଟିଓ କାର୍ଯ୍ୟାଳୟରୁ ବାଇକ ଚୋରି
କେନ୍ଦ୍ରାପଡା(ଯୁଗାବ୍ଦ ନ୍ୟୁଜ) – କଷୋଟିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଏକ ବାଇକ ଚୋରି ହୋଇଯାଇଥିବାର ସଦର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ସଦର ଥାନା ଅନ୍ତର୍ଗତ ଜଅଁରା ବାରିମୂଳ ଗ୍ରାମର ପ୍ରଭାତ କୁମାର ବଳ ମଙ୍ଗଳବାର କୌଣସି କାର୍ଯ୍ୟରେ ବାଇକ ଯୋଗେ ଆଚଂଳିକ ପରିବହନ କାର୍ଯ୍ୟାଳୟକୁ ଆସିଥିବା ବେଳେ ତାଙ୍କ ବାଇକ ନଂ-ଓଆର-୨୧-ବି-୮୯୯୮ କୁ ତଳେ ରଖିଦେଇ ଉପରମହଲା ଅଫିସକୁ ଯାଇଥିଲେ । କାର୍ଯ୍ୟାଳୟରେ ନିଜ କାର୍ଯ୍ୟ ଶେଷ କରି ଉପର ମହଲାରୁ ତଳକୁ ଆସି ଦେଖନ୍ତିତ ତାଙ୍କ ବାଇକଟିକୁ କେହି ଦୁର୍ବୁତ ଚୋରି କରି ନେଇଯାଇଛି । ଏ ସମ୍ପର୍କରେ ସେ ସଦର ଥାନାରେ ଅଭିଯୋଗ କରିବା ପରେ ସେହି ଅଭିଯୋଗ ପାଇ ସଦର ଥାନା ପୋଲିସ ଏକ ଚୋରି ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି ।