ମହାବୀର ବଜାର ଠାରେ ସରସ୍ୱତୀ ପୂଜା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ମହାବୀର ବଜାର ଠାରେ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି । ଚଳିତବର୍ଷ କରୋନା କଟକଣା ରହିଥିବାରୁ ପୂଜାଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପୂଜକ ନୃସିଂହ ତ୍ରିପାଠୀଙ୍କ ବୈଦିକ ମନ୍ତ୍ରରେ ବିଦ୍ୟାଦାତ୍ରୀ ଆବାହନ ହୋଇଥିବାବେଳେ ସଂକଳ୍ପ କର୍ତ୍ତା ଭାବେ ଅଜିତ ସାମଲ ଦାୟିତ୍ୱ ନିର୍ବାହ କରିଛନ୍ତି । ତିନିଦିନ ଧରି ପୂଜା ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ଆସନ୍ତା ଶୁକ୍ରବାର ଦିନ ସ୍ଥାନୀୟ ହନୁମାନ ପୋଖରୀ ଠାରେ ମାଆଙ୍କର ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ ଦିଆଯିବ ବୋଲି ଜଣାପଡିଛି । ଚଳିତବର୍ଷ କାର୍ଯ୍ୟକ୍ରମକୁ ପୂଜାକମିଟି ସଦସ୍ୟ ସନ୍ତୋଷ ନାୟକ, ସମୀର ଦାସ, ପ୍ରଦ୍ୟୁମ୍ନ ସାହୁ, ଜିତେଶ ନାୟକ, ଚିରଞ୍ଜିବ ନାୟକ, ଜଗନ୍ନାଥ ନାୟକ, ଦୀପକ ରାଉତ, ସାଗର ଲେଙ୍କା, ଅବିନାଶ ସାହୁ, ଜ୍ଞାନ ରଞ୍ଜନ ରାଉତ, ଭବାନୀ ଶଙ୍କର ନାୟକ, ଚନ୍ଦନ ପାତ୍ର, ଅନନ୍ତ ପ୍ରସାଦ ନାୟକ ପ୍ରମୁଖ ପରିଚାଳନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ