ଶଙ୍ଖାଳି ଚରଣ ରାଉଳଙ୍କ ଜନ୍ମୋତ୍ସବ ଅବସରରେ କବିତାପାଠ

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ମରଚାଇପଦା ଗ୍ରାମରେ ଶିକ୍ଷାବିତ ଶଙ୍ଖାଳି ଚରଣ ରାଉଳଙ୍କ ୭୪ତମ ଜନ୍ମୋତ୍ସବକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ଶ୍ରୀଯୁକ୍ତ ରାଉଳ ଜଣେ ବର୍ଷିୟାନ ସାହିତ୍ୟିକ, କବି ଓ କ୍ରୀଡା ସଂଗଠକ ଭାବେ ସମଗ୍ର ଅଞ୍ଚଳରେ ପରିଚିତ । ତାଙ୍କର ଏହି ଜନ୍ମଦିନ ଅବସରରେ ସାହିତ୍ୟ ଆଲୋଚନା, କବିତାପାଠ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବନ୍ତ ସାହିତ୍ୟଘରର ସଭାପତି ଗୋବିନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଣେଶ ପ୍ରସାଦ କରଶର୍ମା, ମୁଖ୍ୟବକ୍ତା ଭାବେ ହାଟଡିହି ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ମାନୀତ ଅତିଥି ଭାବେ ଜଗନ୍ନାଥ ପାତ୍ର, ସୁନନ୍ଦା ସ୍ୱାଇଁ, ଭାଷ୍କର ଚନ୍ଦ୍ର ପାଢ଼ୀ, ରତ୍ନାକର ଦାସ, ପିତାମ୍ବର ପାତ୍ର, ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ସାହିତ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଶଙ୍ଖାଳି ଚରଣ ନିଜର ଜନ୍ମଦିନକୁ ସାହିତ୍ୟ ସାହିତ୍ୟ ପ୍ରତି ଉତ୍ସର୍ଗ କରିଥିବାରୁ ଅତିଥି ମାନେ ଭୂୟସୀ ପ୍ରସଂଶା କରିଥିଲେ । ଏହି ଉତ୍ସବରେ ମୋହନ ମହାନ୍ତି, କିର୍ତ୍ତନ ବିହାରୀ ଜେନା, ରମାକାନ୍ତ ଜେନା, କିର୍ତ୍ତନ ବିହାରୀ ନାୟକ, ମୁରଲୀଧର ବେହେରା, ନୃସିହଂ କର, ବଳରାମ ଜେନା, ସୁରେନ୍ଦ୍ର କୁମାର ପରିଡା, ବନମାଳୀ ଜେନା, ଶଶୀ ଭୁଷଣ ପୁହାଣ, ପ୍ରଫୁଲ ଜେନା, ଅନନ୍ତ ଚରଣ ମୁଦୁଲି, ହେମନ୍ତ ନାୟକ, ଗୌରାଙ୍ଗ ଖିଲାର ମାନେ ସ୍ୱରଚିତ କବିମାନା ଅବୃତି କରିଥିଲେ । ପୁଅ ବିନୟ କେତନ ରାଉଳ, ବିଶ୍ୱଭୂଷଣ ରାଉଳ, ନିରଞ୍ଜନ ନାୟକ, ସତ୍ୟ ନାରାୟଣ ରାଉତ, ବିଶ୍ୱନାଥ ଜେନା, ସରୋଜ କୁମାର ପାତ୍ର ଓ ପରିବାର ଲୋକମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ