ଦୁର୍ବନ୍ଧ ବୁଢୀ ଠାକୁରାଣୀ ଯାତ୍ରା ଉଦ୍ଯାପିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ଦୁର୍ବନ୍ଧ ଗ୍ରାମରେ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ତ୍ରିଦିନାତ୍ମକ ବୁଢୀ ଠାକୁରାଣୀ ଯାତ୍ରା ବୁଧବାର ଉଦଯାପିତ ହୋଇଯାଇଛି । ଯାତ୍ରା ଅବସରରେ ଗ୍ରାମକୁ ରଙ୍ଗବେରଙ୍ଗ ବାନା ସାଙ୍ଗକୁ ଅ୍ରାଲୋକମାଳରେ ସୁସଜ୍ଜିତ କରାଯାଇଥିଲା । ଯାତ୍ରାର ପ୍ରଥମ ଦିବସ ରବିବାର ମା’ଙ୍କ ଘଟକୁ ମୂଳ ମନ୍ଦିରରୁ ଗ୍ରାମ ଅସ୍ତାୟୀ ମଣ୍ଡପକୁ ଅଣାଯାଇଥିଲା । ସେମାବାର ମା’ଙ୍କ ଘଟକୁ ନଗର ପରିକ୍ରମା କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବୁଧବାର ସକାଳେ ମା’ଙ୍କୁ ନଗର ପରିକ୍ରମା କରିବା ପରେ ମୂଳ ମନ୍ଦିରକୁ ପର୍ତ୍ୟାବର୍ତନ କରାଯାଇଥିଲା । ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି କରୋନା କଟକଣା ମଧ୍ୟରେ ୩ ଦିନପାଳନ କରିବା ସକାଶେ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା । ଯାତ୍ରା କମିଟି ସଭାପତି ଜଗବନ୍ଧୁ ସାହୁ, ଉପସଭାପତି ବିଜୟ କୁମାର ସାହୁ, ସମ୍ପାଦକ ବିପ୍ରଚରଣ ସାହୁ, ସହ ସମ୍ପାଦକ ସୁଦାମ ସାହୁ, ଉପଦେଷ୍ଟା ଝଡ଼ିଆ ସାହୁ, ସନ୍ତୋଷ କୁମାର ମହାନ୍ତିଙ୍କ ସମତେ ଯାତ୍ରା ପରିଚାଳନା କମିଟି ଓ ଗ୍ରାମବାସୀ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।


