ଉତକ୍ଷିପ୍ତ ହୋଇ ପୁଅକୁ ଟାଙ୍ଗିଆରେ ହାଣିଲେ ବାପା
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ବତିସୁଆଁ ପଞ୍ଚାୟତ ସୁଲଡା ଗ୍ରାମର ଅଭାବନିୟ ଘଟଣା । ଟଙ୍କିକିଆ ଚାଉଳ ଭାଗବଣ୍ଟାକୁ କେନ୍ଦ୍ର କରି ବାହାଦୁର ତୁବିତ ନିଜ ମଝିଆଁ ପୁଅ ଦିନା ତୁବିତ ସହ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅକୁ ଟାଙ୍ଗିଆରେ ହାଣି ଦେଇଥିଲେ ବାପା । ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ସୁଲଡା ଗାଁର ୱାର୍ଡ ମେମ୍ବର ପାଳଲହଡା ଥାନାରେ ଜଣେଇ ଥିଲେ । ତେବେ ଖବର ପାଇ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ଦିନା ତୁବିତ କୁ ପୋଲିସ ଗାଡ଼ିରେ ନେଇ ପାଳଲହଡା ଡାକ୍ତର ଖାନରେ ଭର୍ତ୍ତି କରିଥିଲେ । ସେଠାରେ ଅଧିକ ଗୁରୁତର ହେବାରୁ ଅନୁଗୁଳ ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପକ୍ଷରେ ଦୋଷୀକୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି ।