୨୭ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ସ୍ଥିତ ଡାକ୍ତରଖାନା ପଡିଆ ଠାରେ ମହାବୀର କ୍ଲବ ଆନୁକୂଲ୍ୟରେ ୨୭ତମ ବିମ୍ବାଧର ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ ୟୁନିକ ଏକାଡେମୀ ଭଦ୍ରକ ସହିତ କଟକର ନିମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନିକ ଏକାଡେମୀ ଭଦ୍ରକକୁ ହରାଇ ନିମପୁର କଟକ ଫାଇନାଲରେ ପ୍ରବେଶ କରିଛି । ନିମପୁର କଟକ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୫ଓଭରରେ ୯ ଉଇକେଟ ହରାଇ ୧୭୭ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଦିବ୍ୟଜ୍ୟୋତି ପଣ୍ଡା ବ୍ୟକ୍ତିଗତ ୧୪ଟିବଲରୁ ୨୭ରନ ଓ ସୁମିତ ଶେଖର ୨୦ଟି ବଲରୁ ୨୬ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ପ୍ରକାଶ ଜେନା ୫ଓଭର ବୋଲିଂ କରି ୨୪ରନ ଦେଇ ୨ଟି ଉଇକେଟ ପାଇଥିଲେ । ଜବାବରେ ୟୁନିକ ଏକାଡେମୀ ଭଦ୍ରକ ୧୯ଓଭରରେ ସମସ୍ତ ଉଇକେଟ ହରାଇ ୧୦୫ରନ ସଂଗ୍ରହ କରି ପରାଜିତ ହୋଇଥିଲା । ଦଳପକ୍ଷରୁ ଦେବୀପ୍ରସାଦ ମହାରଣା ୧୧ଟି ବଲରୁ ୨୪ରନ ସଂଗ୍ରହ କରିଥିଲେ । ଅପରପକ୍ଷର ବୋଲର ସୁମିତ ଶେଖର ୨ଓଭର ବୋଲିଂ କରି ୧ରନ ଦେଇ ୩ଟି ଉଇକେଟ ପାଇଥିଲେ । ମ୍ୟାନ ଅଫଦି ମ୍ୟାଚ ଭାବେ ସୁମିତ ଶେଖରଙ୍କୁ ପୁରସ୍କୃତ କରାଯାଇଥିଲା । ଚିନ୍ମୟ ସେନାପତି ଓ ସଂଜୟ ଶତପଥି ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଅଜୟ ରାଉତ, ମୃତ୍ୟୁଞ୍ଜୟ ଦାସ ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ, ଶ୍ରୀକାନ୍ତ ଖଣ୍ଡାଇ ଧାରାବିବରଣୀ ପ୍ରଦାନ କରିଥିଲେ । ମଙ୍ଗଳବାର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ସୋଲାର କ୍ଲବ କଟକ ସହିତ ସୂର୍ଯ୍ୟଶିଖା ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ