ବୋଲେରୋ-ଅଟୋ ଧକ୍କା କୁ କେନ୍ଦ୍ରକରି ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ ଓ ଜଣେ ଅଭିଯୁକ୍ତ ନାବାଳକ

ଯୋଡା, (ସମୀର କୁମାର ଦାସ):ଯୋଡା ଥାନା ଅନ୍ତର୍ଗତ କମାରଯୋଡା-ବିଚାକୁଣ୍ଡି ରାସ୍ତାର ଡି.ପି ସିଂ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ହତ୍ୟା ଓ ଗୁରୁତର ଆହତ କରିବା ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଏହି ଅଭିଯୋଗରେ ଜଣେ ନାବାଳକ ଅଭିଯୁକ୍ତ ଥିବା କହିଛି । ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ୩ ଜଣ ହେଲେ କମାରଯୋଡା ଅଂଚଳର ବାଦଲ ପାତ୍ର, ସତ୍ୟନାଥ ପାତ୍ର, କୋଇଡା ଥାନା କଳମଙ୍ଗ ଅଂଚଳର ଜିତୁ ମୁଣ୍ଡା ଓ ସଦର ଥାନା ପାଟୁଗା ଅଂଚଳର ଜଣେ ନାବାଳକ । ପ୍ରକାଶଯୋଗ୍ୟ କି, ସୋମବାର ପୂର୍ବାହ୍ନରେ ଉକ୍ତ ଡି.ପି. ସିଂ କାର୍ଯ୍ୟାଳୟ ପରିସରରୁ ଏକ ବୋଲେରୋ ପଛେଇ ବାହାରକୁ ବାହାରୁଥିବା ବେଳେ ଏକ ଅଟୋ ସହ ଧକ୍କା ହୋଇଥିଲା ଏବଂ ଏହାକୁ କେନ୍ଦ୍ର କରି ଅଟୋ ଡ୍ରାଇଭର ଓ ତାଙ୍କ ସହଯୋଗୀ ମିଶି କାର୍ଯ୍ୟାଳୟରେ ପଶି ଅତର୍କିତ ଆକ୍ରମଣ କରି ଜଣେ କର୍ମଚାରୀଙ୍କୁ ହତ୍ୟା ଓ ୨ ଜଣଙ୍କୁ ଗୁରୁତର କରିଥିଲେ । ପୋଲିସ୍ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନେ ବ୍ୟବହାର କରିଥିବା ଲୁହା ପାଇପ୍‌, ଲୁହାରୋଡ ଓ କାଠ ଫାଳିଆକୁ ଜବତ କରିଛି । ଏତଦ୍‌ବ୍ୟତୀତ ଅଭିଯୁକ୍ତ ନାବାଳକଙ୍କୁ ବାଳସୁଦ୍ଧାର ଗୃହକୁ ପଠାଯିବ ବୋଲି ଆଇଆଇସି ମୁର୍ମୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ