ରୋଟାରୀ କ୍ଲବ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଅଷ୍ଟମ ଡ଼ିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କ କ୍ଲବ ପରିଦର୍ଶନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ରୋଟାରୀ କ୍ଲବ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଅଷ୍ଟମ ଡ଼ିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀୟାନ ସୌମ୍ୟରଞ୍ଜନ ମିଶ୍ର ଏବଂ ଫାଷ୍ଟ ଲେଡ଼ି ରୋଟାରିୟାନ ସରିତା ମିଶ୍ର କ୍ଲବ ପରିଦର୍ଶନ ଆସି କ୍ଲବର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିବା ସହିତ କ୍ଲବର କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ । ଏହି ଅବସରରେ ଡ଼ିଷ୍ଟ୍ରିକ୍ଟ ଏକଜ୍ୟୁକିଟିଭ ସେକ୍ରେଟାରୀ ରୋଟାରିୟାନ ସୁଶାନ୍ତ ମହାପାତ୍ର, ଆସିଷ୍ଟାଣ୍ଟ ଡ଼ିଷ୍ଟ୍ରିକ୍ଟ ସେକ୍ରେଟାରୀ ଜେନେରାଲ ଅଶୋକ କୁମାର ସାହୁ, ସୁବାଷ ସାହୁ, କ୍ଲବର ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରିୟାନ ଶୁଭକାନ୍ତ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ରହି କ୍ଲବର ବିଭିନ୍ନ ପ୍ରୋଜେକ୍ଟ ବିଷୟରେ ଶ୍ରୀଯୁକ୍ତ ମିଶ୍ରଙ୍କୁ ଅବଗତ କରାଇବା ସହିତ ପଟିଆ ବସ୍ତିରେ ଛତୁଚାଷ କରିଥିବା ହିତାଧିକାରୀଙ୍କ କିପରି ଉନ୍ନତି ହୋଇପାରିଛି, ସେ ବିଷୟରେ ଆଲୋଚନା କରିଥିଲେ । ଏହା ସହିତ ଚୁନକୋଳି ଗ୍ରାମର ଗୋଲଡ଼େନ ଫିସ୍ ଚାଷ ବିଷୟରେ ମଧ୍ୟ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଗାମୀ ଦିନରେ କିପରି ଚୁନକୋଳି ଗ୍ରାମରେ ଥିବା ସ୍କୁଲ୍‌କୁ ହାପି ସ୍କୁଲ୍‌ର ମାନ୍ୟତା ପାଇଁ ଯାହା ଆବଶ୍ୟକ, ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କୁ ଭେଟି ମାନପତ୍ର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ଛାତ୍ରମାନଙ୍କ ପାଇଁ ଏକ ନୂତନ ରୋଟ୍ରାକ୍ଟ କ୍ଲବ ‘ଅନନ୍ୟା’ ଚାଟର ସଭାପତିଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ରୋଟାରିୟାନ ବାଣୀ ସେନଗୁପ୍ତା, ସମ୍ପାଦକ ମମତା ଦାସ, ଚାଟର ସଭାପତି ରାଜଲକ୍ଷ୍ମୀ ମହାପାତ୍ର, ସରୋଜ ସାହୁ, ରେଖା ଦାସ ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ