ବଜାର ଏମ୍ଆର୍ଜି ଆୱାର୍ଡ – ୨୦୨୦ ପ୍ରଦାନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଓଡ଼ିଶାର ଏକ ମାତ୍ର ବାଣିଜ୍ୟ ଭିତ୍ତିକ ଦୈନିକ ବଜାରର ୨୪ତମ ଜନ୍ମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶାର ମାନ୍ୟବର ଶିଳ୍ପ, ଶକ୍ତି ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀଯୁକ୍ତ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ବାଣିଜ୍ୟ ଅର୍ଥନୀତି, ବ୍ୟାଙ୍କିଙ୍ଗ, ଇନ୍ସ୍ୟୁରାନ୍ସ, ସେୟାର ବଜାର ଆଦି ସଂପର୍କରେ ଦୈନିକ ବାଣିଜ୍ୟ ଭିତ୍ତିକ ବଜାର ପକ୍ଷରୁ କରାଯାଉଥିବା ସର୍ଭେ ରିପୋର୍ଟ, କଂପାନୀମାନେ ଲଞ୍ଚ କରୁଥିବା ନୂତନ ସାମଗ୍ରୀ ଓ ର୍ତାର ବିକ୍ରୀ ପରବତ୍ର୍ତୀ ସେବା କ୍ଷେତ୍ରରେ ସଚେତନ ସୃଷ୍ଟି କରୁଥିବା ବଜାରର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହାଛଡ଼ା ଏହିଭଳି ପତ୍ରପତ୍ରିକାଗୁଡ଼ିକୁ ବଞ୍୍ଚାଇ ରଖିବା ପାଇଁ ବିଭିନ୍ନ କଂପାନୀ ଓ ଘରୋଇ ସଂସ୍ଥାମାନେ ଆଗେଇ ଆସିବା ଉଚିତ ହେବ ବୋଲି ମଧ୍ୟ ଆହ୍ୱାନ ଜଣାଇଛନ୍ତି । ଉକ୍ତ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମାଜର ପୂର୍ବତନ ବାତ୍ର୍ତା-ସଂପାଦକ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଏକ ସ୍ୱତନ୍ତ୍ର ଆଭିମୁଖ୍ୟ ନେଇ ପ୍ରକାଶ ପାଇ ଆସୁଥିବାରୁ ଏହାର ପରିଚାଳନା ମଣ୍ଡଳୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଉତ୍ସବ ଅବସରରେ ଈଇତଇଇଜ ଗଜଏ ର ମାସିକ ସର୍ଭେ ରିପୋର୍ଟ ଅନୁସାରେ ଗତ ୨୦୨୦ ଆର୍ଥିକ ବର୍ଷରେ ଓଡ଼ିଶା ବଜାରରେ ବିଭିନ୍ନ ପ୍ରଡକ୍ଟ ବିକ୍ରି ଓ ବିକ୍ରି ପରବତ୍ର୍ତୀ ସେବା କ୍ଷେତ୍ରରେ ଉତ୍କର୍ଷତାର ଶୀର୍ଷରେ ପହଞ୍ଚି ପାରିଥିବା କଂପାନୀମାନଙ୍କୁ ବଜାର ଏମ୍ଆର୍ଜି ଆୱାର୍ଡ଼ – ୨୦୨୦ ପ୍ରଦାନ କରାଯାଇଛି । ଓଡ଼ିଶା ବଜାରରେ ଏଲ୍ଇଡି ଟିଭି ବା ପ୍ୟାନେଲ ଟେଲିଭିଜନ, ରେଫ୍ରିଜରେଟର ଏବଂ ୱାସିଙ୍ଗ ମେସିନ ବିକ୍ରି କ୍ଷେତ୍ରରେ ନଂ ୧ କଂପାନୀ ସ୍ଥାନ ହାସଲ କରିଥିବାବେଳେ ବେଷ୍ଟ ଅଫ୍ କଂପାନୀ ଆଣ୍ଡ ହାଇଏଷ୍ଟ ଗ୍ରୋଥ୍ ଇନ୍ କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ସେଲ୍ସରେ ଏଲ୍ଜିର ଓଡ଼ିଶା ଶାଖା ମୁଖ୍ୟ ଶ୍ରୀଯୁକ୍ତ ମନୀଷ ସିଙ୍ଘଲଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଓଡ଼ିଶା ବଜାରରେ ଡିସି ରେଫ୍ରିଜରେଟର ଓ ସେମି ଅଟୋମେଟିକ୍ ୱାସିଙ୍ଗ୍ ମେସିନ ବିକ୍ରି କ୍ଷେତ୍ରରେ ନଂ ୨ ସ୍ଥାନ ହାସଲ କରିଥିବା ହୁଇର୍ଲ୍ପୁଲ୍ ଆପ୍ଲାଏନ୍ସେସ୍ର ଶାଖା ମୁଖ୍ୟ ଶ୍ରୀଯୁକ୍ତ ଭାସ୍କର ଗାଙ୍ଗୁଲିଙ୍କୁ, ଓଡ଼ିଶା ବଜାରରେ ଡୋମେଷ୍ଟିକ ଓ କୃଷିଭିତ୍ତିକ ପମ୍ପ୍ସ ବିକ୍ରି କ୍ଷେତ୍ରରେ ନଂ ୧ କଂପାନୀ ସ୍ଥାନ ହାସଲ କରିଥିବା କିରଲୋସ୍କାର ବ୍ରଦର୍ସ ଲିମିଟେଡ୍ର ମୁଖ୍ୟ ଶ୍ରୀଯୁକ୍ତ ରାଜେଶ କୁମାର ପାତ୍ରଙ୍କୁ, ଚିମ୍ନି ତଥା ମଡ୍ୟୁଲାର କିଚେନ୍ ସାମଗ୍ରୀର ବିକ୍ରି କ୍ଷେତ୍ରରେ କୁଚିନା କିଚେନ୍ ଆପ୍ଲାଏନ୍ସେସ୍ର ଓଡ଼ିଶା ମୁଖ୍ୟ ଶ୍ରୀଯୁକ୍ତ ସଂଜୟ କୁମାର ଚୌଧରୀଙ୍କୁ, ସୋଲାର ଓ ଇନଭର୍ଟର ବିକ୍ରି କ୍ଷେତ୍ରରେ ଓଡ଼ିଶାରେ ନଂ ୧ କଂପାନୀ ସ୍ଥାନ ହାସଲ କରିଥିବା ଡିଷ୍ଟ୍ରିବ୍ୟୁଟର ସୋନୀ ପାୱାର କର୍ପରେସନର ମୁଖ୍ୟ ଶ୍ରୀଯୁକ୍ତ ଜୀବନ କୁମାର ବେହେରାଙ୍କୁ, ଓଡ଼ିଶାରେ ବିଶ୍ୱାସନୀୟ ବିଲ୍ଡରଭାବେ ତଥା ବିକ୍ରି ପରବତ୍ର୍ତୀ ସେବାକ୍ଷେତ୍ରରେ ସୁଦର୍ଶନ ଇଷ୍ଟକନ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରାଙ୍କୁ, ଗୃହ ନିର୍ମାଣ କ୍ଷେତ୍ରରେ ନଂ ୧ କଂପାନୀ ସ୍ଥାନ ହାସଲ କରିଥିବା କ୍ରିଷ୍ଣା ଗ୍ରୁପ୍ ଅଫ୍ କମ୍ପାନୀର ମୁଖ୍ୟ ଶ୍ରୀଯୁକ୍ତ ପବିତ୍ର କୁମାର ରାଉତରାୟଙ୍କୁ, ଓଡ଼ିଶାରେ ସବୁଠୁ ବଡ଼ ଡ୍ୟୁରେବଲ ଓ ମୋବାଇଲ ବିକ୍ରି କ୍ଷେତ୍ରରେ ଡିଷ୍ଟ୍ରିବ୍ୟୁଟର ଭାବେ ନଂ ୧ ଡିଷ୍ଟ୍ରିବ୍ୟୁଟର ସ୍ଥାନ ହାସଲ କରିଥିବା ମାକ୍ସ ଇଣ୍ଟରନେସନାଲର ଶ୍ରୀଯୁକ୍ତ ଯୋଗେନ୍ଦ୍ର ହଂସଙ୍କୁ, ବିଭିନ୍ନ କୋଚିଂ ତଥା କ୍ୟାରିୟର ଜବ୍ କନ୍ସଲ୍୍ଟାନ୍ସୀଜ କ୍ଷେତ୍ରରେ ସ୍ୱସ୍ତିକ୍ କ୍ୟାରିୟର ପଏଣ୍ଟର ମୁଖ୍ୟ ଶ୍ରୀଯୁକ୍ତ ହେମନ୍ତ ସୁନ୍ଦରାୟଙ୍କୁ, ସାଉଥ୍ ଓଡ଼ିଶାର କନ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବିକ୍ରି କ୍ଷେତ୍ରରେ ଡିଷ୍ଟ୍ରିବ୍ୟୁଟର ତିରୁମାଲା ଟ୍ରେଡର୍ସର ଶ୍ରୀଯୁକ୍ତ ସେନାପତି କ୍ରିଷ୍ଣା ରାଓଙ୍କୁ, ମେଡିକାଲ ଓ ଇଞ୍ଜିନିଅରିଂ କୋଚିଂ କ୍ଷେତ୍ରରେ ଦେଶରେ ନଂ ୧ ସ୍ଥାନ ହାସଲ କରିଥିବା ଆକାଶ ଇନ୍ଷ୍ଟିଚ୍ୟୁଟର ମୁଖ୍ୟ ଅଜୟ ବାହାଦୁର ସିଂହଙ୍କୁ ଏହି ଅବସରରେ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ତଥା ଶିଳ୍ପ, ଶକ୍ତି ଓ ଏମ୍ଏସ୍ଏମ୍ଇର ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ର ।
ବଜାରର ସଂପାଦକ ସୁଦର୍ଶନ ଦାସମହାପାତ୍ର ଏହି ଆୱାର୍ଡ଼ ସଂପର୍କରେ ଉଲ୍ଲେଖ କରିଥିବାବେଳେ ଶ୍ରୀମତୀ ପ୍ରଜ୍ଞା ପାରମିତା ଦାସମହାପାତ୍ର ଓ ସୁଦୀପ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଜ୍ଞାପନ କରିଥିଲେ ।


