ସାହିତ୍ୟ ପତ୍ରିକା ‘ବୋଉ’ର ନବକଳେବର ଓ ସାଂଗଠନିକ ନିର୍ବାଚନ
କଟକ, (ଓ୍ବାଇଏନ୍ଏସ୍) : ସାରସ୍ୱତ ସଂଗଠକ ମଧ୍ୟରେ ଅଗ୍ରଣୀ ଭୂମିକା ନେଇଥିବା କୌଶଲ୍ୟା ସାହିତ୍ୟ ଓ ସଂସ୍କୃତି ପରିଷଦର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନବଗଠିତ କର୍ମକର୍ତା ନିର୍ବାଚନରେ ପରିଷଦର ସମସ୍ତ ସଦସ୍ୟ ସଦସ୍ୟାମାନଙ୍କ ସହମତିରେ ବିଶିଷ୍ଟ ଶିଶୁ ଲେଖକ ତଥା ଶିକ୍ଷାବିତ୍ ବନମାଳୀ ସାମନ୍ତରା ଅଧ୍ୟକ୍ଷ, ଲେଖିକା ମନୀଷା ରାୟ ସଭାପତି, ଶାନ୍ତିପ୍ରଭା ନାୟକ କାର୍ଯ୍ୟକାରୀ ସଭାପତି, ଲବଣେଶ୍ୱର ବାରିକ ପରିଚାଳନା ବିଭାଗ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜକ ତଥା ସହ-ସଂପାଦକ, କବି ଖଗେଶ୍ୱର ମହାରଣା ସହ-ସଂପାଦକ, କବି ମାତୃପ୍ରସାଦ ଶତ୍ରୁଜିତ୍ ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ କବି ସଂଜୟ କୁମାର ଚୌଧୁରୀ ମୁଖ୍ୟ ସଂପାଦକ ଭାବେ ବର୍ତମାନ ପରିଷଦ ପକ୍ଷରୁ ପ୍ରକାଶିତ ‘ବୋଉ’ ଓ ମାଟିର ମଣିଷ ର ସଂପାଦନା ଭାର ପ୍ରଦାନ କରାଯାଇଛି । ତତ୍ସହିତ ଆଜୀବନ ସଭ୍ୟା ଭାବେ ସୁସାହିତ୍ୟିକା ତଥା ଅନୁବାଦିକା ଜୟଶ୍ରୀ ଦାସ, କବୟିତ୍ରୀ ବୁନି ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ସୁନାନୀ, ସ୍ନେହା ମିଶ୍ର, ଗୀତା ଦାସ, ସୋମନାଥ ସାହୁଙ୍କୁ ନିଆଯାଇଥିବାବେଳେ ପରିଷଦର ଆଇନ ପରାମର୍ଶଦାତା ରୂପେ ଆଇନ ବିଶାରଦ ଗିରଜା ପ୍ରସାଦ ପଣ୍ଡାଙ୍କୁ ମନୋନୀତ କରାଯାଇଛି । ଖୁବ୍ଶୀଘ୍ର ଆଗାମୀ ଦିନରେ ପ୍ରକାଶିତ ସାହିତ୍ୟ ପତ୍ରିକା ‘ବୋଉ’ ମାସିକ ଭାବେ ପ୍ରକାଶ ପାଇବ ବୋଲି ମଧ୍ୟ ସ୍ଥିର ହେବା ସହିତ ପ୍ରକାଶିତ ଲେଖାମାନଙ୍କ ଉପରେ ଲେଖକୀୟ ପାରିଶ୍ରମିକ ପ୍ରୋତ୍ସାହନ, ସହଯୋଗର ବ୍ୟବସ୍ଥା କରାଯାଇଛି । ଏହା ‘ବୋଉ’ ପତ୍ରିକାର ନବକଳେବର ହେବା ସହିତ ନୂତନ ଲେଖକ, ଲେଖିକା, ପାଠକ, ପାଠିକାଙ୍କ ସହଯୋଗ କାମନା କରିବା ସହିତ ଉକ୍ତ ସାରସ୍ୱତ ମାଟି ମନସ୍କ ପତ୍ରିକାଟି ବେଶ୍ ପାଠକୀୟ ଆଦୃତି ଲାଭ କରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ବନମାଳୀ ସାମନ୍ତରା ଓ କବି ତଥା ମୁଖ୍ୟ ସଂପାଦକ ସଂଜୟ କୁମାର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।


