“ଫୁଲଫୁଟି ମହକିଲା” ପରିବାର ପକ୍ଷରୁ ବନ୍ଧୁମିଳନ

କଟକ, (ଓ୍ବାଇଏନଏସ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ୩୫ତମ‌ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ, ୨୦୨୩ ମସିହା ନିମନ୍ତେ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ଭାବ “ଫୁଲଫୁଟି ମହକିଲା” କୁ ସମ୍ମାନିତ କରାଯାଇଛି । ଜୁନ୍ ୨୬ ତାରିଖ ଲୋକସେବା ଭବନ, ଭୂବନେଶ୍ଵର ଠାରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଏହି ସମ୍ମାନଟିକୁ ଚଳଚ୍ଚିତ୍ରର କାହାଣୀ, ସଂଳାପ, ଚିତ୍ରନାଟ୍ୟକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ଡକ୍ଟର ତ୍ରିଲୋଚନ ଖୁଣ୍ଟିଆ ଗ୍ରହଣ କରିଥିଲେ।ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ “ଫୁଲଫୁଟି ମହକିଲା” ଶିଶୁ ଚଳଚ୍ଚିତ୍ରଟି ଉଲ୍ଲେଖନୀୟ କୃତିତ୍ୱ ଅର୍ଜନକରି ଓଡ଼ିଶା ପାଇଁ ଗୌରବ ଆଣି ଦେଇଛି। ଏହି ଓଡ଼ିଆ ଚଳଚ୍ଚିତ୍ରଟିରେ କଳାକାର ମାନଙ୍କ ଶ୍ରେଷ୍ଠ କଳାକୌଶଳତା ଓ ବଳିଷ୍ଠ କାର୍ଯ୍ୟ ଦକ୍ଷତା ପାଇଁ ସମ୍ଭବ ହୋଇ ପାରିଛି। ଏହି ଶିଶୁ ଚଳଚ୍ଚିତ୍ର ଫୁଲ ଫୁଟି ମହକିଲା ସିଲଭର୍ ସିଟି ଇଣ୍ଟରନେସନାଲ୍ ଫିଲ୍ମ ଫେଷ୍ଟିଭାଲ ୨୦୨୪, ରାଉରକେଲା ଫିଲ୍ମ ଫେଷ୍ଟିଭାଲ ୨୦୨୪, ସିନେ ଫୋକସ୍ ଫିଲ୍ମ ଫେଷ୍ଟିଭାଲ ୨୦୨୪, ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ ୨୦୨୫ ଇତ୍ୟାଦି ସମ୍ମାନ ଜନକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଲାଭ କରି ପାରିଛି। ଆଜି PWD IB, କଟକ ସ୍ଥିତ ଓ.ଏମ୍.ପି. ଡାକବଙ୍ଗଳା ଠାରେ ଫୁଲ ଫୁଟି ମହକିଲା ପରିବାରର ତରଫରୁ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିବା ସମସ୍ତ କଳାକାର ଓ ଟେକ୍ନିସିଆନ୍ ମହାନଙ୍କୁ “ପ୍ରତିଭା କ୍ରିଏଟିଭ୍ ଆର୍ଟସ୍‌” ପ୍ରଯୋଜନା ସଂସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଚଳଚ୍ଚିତ୍ରର ସହ ନିର୍ଦ୍ଦେଶକ ବିଭୁତି ଭୂଷଣ ଭାରତ ସମସ୍ତ କାର୍ଯ୍ୟଭାର ସଂଯୋଜନା କରିଥିବା ବେଳେ ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ପକ୍ଷରୁ ଶିଶୁ ଚଳଚ୍ଚିତ୍ର ପ୍ରୋଜକ ଡକ୍ଟର ତ୍ରିଲୋଚନ ଖୁଣ୍ଟିଆ ଙ୍କୁ କର୍ମଜୀବି ସାମ୍ବାଦିକ ସଂଘ ଓଡିଶା ରାଜ୍ଯ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ଵାଳ, ଜାତୀୟ ପରିଷଦ ସଦସ୍ଯ ଅଭିଷେକ କେଶରୀ ସିଂ,ବରିଷ୍ଠ ସାମ୍ବାଦିକ ସୁରେଶ ଦାସ, ପ୍ରତାପ ଚନ୍ଦ୍ର ସେନାପତି, ପ୍ରଦୀପ କୁମାର ନାୟକଙ୍କ ସହ ସଂଘର କର୍ମକର୍ତ୍ତାମାନେ ଶ୍ରୀ ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ