ଗଞ୍ଜାମ ଜିଲ୍ଲାପାଳଙ୍କ ହିଞ୍ଜିଳି ଗ୍ରସ୍ତ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟରେ ସ୍ମ୍ରାର୍ଟ କ୍ଳାସ ଆରମ୍ଭ ହେବ । ଗତ ୧୧ ତାରିଖରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ସ୍ଥାନୀୟ ପୌରାଂଚଳର ୧୪ଟି ପ୍ରକଳ୍ପକର ଲୋକାର୍ପଣ କରିଥିଲେ । ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ସମସ୍ତ ବିଦ୍ୟାଳୟର ଆବଶ୍ୟକୀୟ ଭିତିଭୂମୀ ସଜାଡିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ସମୟରେ ବହୁ ପ୍ରଶାସନିକ ଅଧିକାରୀ ବୃନ୍ଦ ହିଞ୍ଜିଳିକାଟୁ ଗ୍ରସ୍ତରେ ଆସି ବିଦ୍ୟାଳୟ ଗୁଡ଼ିକର ଭିତିଭୂମୀର ସମୀକ୍ଷା କରି ଫେରୁଥିବାର ନଜିର ରହିଛି । ଏହି ଅବସରରେ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସିଛନ୍ତି । ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟରେ ପଂହଚି ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ସହ ବ୍ଳକରେ ନିର୍ମାଣଧିନ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସର୍ମ୍ପକରେ ଆଲୋଚନା କରିଥିଲେ । ରାଜ୍ୟର ୧୦୧ଟି ସେଂଟର ଅଫ୍ ଏକ୍ସିଲେନ୍ସରେ ସ୍ଥାନିତ ହୋଇଥିବା ହିଞ୍ଜିଳିକାଟୁ ପୌରାଂଚଳର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟରେ ପଂହଚି ସ୍ମ୍ରାର୍ଟ କ୍ଳାସ ରୁମ ବୁଲି ଦେଖିବା ସହ ଶିକ୍ଷାଦାନ ଓ ଅଧ୍ୟୟନ ସର୍ମ୍ପକରେ ଶିକ୍ଷାର୍ଥୀ ମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ପୌରାଂଚଳ ନେତାଜୀ ଶିଶୁ ଉଦ୍ୟାନକୁ ଯାଇ ସ୍ଥିତି ପରଖିଲେ । ପରେ ସ୍ଥାନୀୟ ବ୍ଳକ ଶାସନଆମ୍ବଗାଁ ସ୍ଥିତଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସାରୁ ଉଚ୍ଚ ବିଦ୍ୟାଳୟରେ ପଂହଚି ମାର୍ଚ୍ଚ ଶେଷ ସୁଦ୍ଧା ବିଦ୍ୟାଳୟର ଆବଶ୍ୟକୀୟ ଭିତିଭୂମି ସଜାଡ଼ିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ବିଡ଼ିଓଙ୍କ ସମେତ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ସହକାରୀ ଯନ୍ତ୍ରୀ ପ୍ରମୋଦ ନାୟକ, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, ସଂପୃକ୍ତ ଉଚ୍ଚ ବିଦ୍ୟଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ