ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା ହେବ

ନବୀନଙ୍କ ଆଜି ଘୋଷଣା ହେବ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ ତାଲିକା । ନେତାଙ୍କର ବଢୁଛି ହାର୍ଟବିଟ । କାହା ଟିକେଟ କଟିବ ଓ କାହାର ଟିକେଟ ରହିବ, ଆଉ କିଏ ସାଜିବ ନୂଆ ମୁଁହ ତାକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର ଚର୍ଚା । ପ୍ରଥମ ପର୍ଯ୍ୟାୟରେ ନବୀନ ବହୁ ନୂଆ ମୁଁହକୁ ଗୁରୁତ୍ୱ ଦେଇଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକେଟରେ କାହାର ଟିକେଟ ରହିବ ଏବଂ କାହାର କଟିବ ସେ ଚିନ୍ତାରେ ଏବେ ବିଜେଡି ନେତାଏ ।ବିଶେଷକରି ଦଳର ବହୁ ବରିଷ୍ଠ ନେତା ଓ ଭାବମୂର୍ତି କ୍ଷୁର୍ଣ୍ଣ ହୋଇଥିବା ନେତାଙ୍କର ଟିକେଟ ନବୀନ କାଟିବାର ଯଥେଷ୍ଟ ସମ୍ଭାବନା ଥିବା ଚର୍ଚା ହେଉଛି । ଆଜି ନୟାଗଡ଼ରୁ ଫେରିବାପରେ ନବୀନ ତାଲିକା ଘୋଷଣା କରିବେ । ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ବହୁ ନୂଆ ମୁଁହକୁ ନବୀନ ଗୁରୁତ୍ୱ ଦେବେବୋଲି ଚର୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ