ମା ଦକ୍ଷିଣକାଳୀ ପୂଜା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁରସ୍ଥିତ ନୂଆ ବସଷ୍ଟାଣ୍ଡ ମା ଦକ୍ଷିଣକାଳୀ ପୂଜା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଷଷ୍ଠ ଥର ପାଇଁ ମା ଦକ୍ଷିଣକାଳୀଙ୍କ ପୂଜା ଆୟୋଜିକତ ହେବାକୁ ଯାଉଥିବାରୁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଛି । ମା ଦକ୍ଷିଣକାଳୀ ମୁର୍ତ୍ତୀ ନିର୍ମାଣ ପାଇଁ କଟକ ଏବଂ ତୋରଣ ପାଇଁ ଢେଙ୍କାନାଳର କାରିଗର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଚଳିତ ବର୍ଷ ୨୨ ଫୁଟର ମୁର୍ତ୍ତି ଓ ବିଷ୍ଣୁଙ୍କର ଦଶ ଅବତାର ମୁର୍ତ୍ତି ସହ ବେଙ୍ଗାଲୁରୁର ଭାନୁମତି ପ୍ୟାଲେସ ଢାଞ୍ଚାରେ ତୋରଣ ନିର୍ମାଣ କରାଯିବ । ଯାହାର ଓସାର ୧୦୦ ଫୁଟ ହୋଇଥିବାବେଳେ ଉଚ୍ଚତା ୭୦ଫୁଟର ମୁର୍ତ୍ତି ନିର୍ମାଣ କରାଯାଉଛି । ଗଞ୍ଜାମ ତଥା ବ୍ରହ୍ମପୁର ବାସୀ ଏହି ପୂଜାରେ କିଭଳି ଭାଗନେଇ ଶାନ୍ତି ସୃଙ୍ଖଳାର ସହ ମାଙ୍କ ଦର୍ଶନ କରିପାରିବେ ସେ ନେଇ ପୂଜା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରବି କୁମାର, କେ. ଓୁରେଶ, ପ୍ରଶାନ୍ତ କୁମାର ପଟ୍ଟନାୟକ, ସରୋଜ ଗୌଡ ପ୍ରମୁଖ ଉପସ୍ଥିତ ଥଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ