ମମତାକୁ ସମର୍ଥନ କରିବ ଶିବସେନା
ଦିଲ୍ଲୀ, (ୱାଇଏନ୍ଏସ୍): ଶିବସେନା ମୁଖପାତ୍ର ସଂଜୟ ରାଉତ ଗୁରୁତବାର ଦିନ ସ୍ପଷ୍ଟ କରିଛନ୍ତି ଯେ, ସେ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ । କିନ୍ତୁ ରାଜ୍ୟରେ ମମତା ବାନାର୍ଜୀଙକୁ ସମର୍ଥନ କରିବେ । ସେ କହିଛନ୍ତି ଯେ, ଶିବସେନା ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବ କି ନାହିଁ ତାହା ଜାଣିବାକୁ ଲୋକମାନେ ଆଗ୍ରହୀ । କିନ୍ତୁ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଦଳ ନିଷ୍ପତି ନେଇଛି ଯେ ଆମେ ନିର୍ବାଚନ ଲଢ଼ିବୁ ନାହିଁ । ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ସହ ଛିଡ଼ା ହେବେ ।
ସଂଜୟ ରାଉତ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ କୌଣସି ପ୍ରାର୍ଥୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବା ଆମର ଉଦ୍ଦେଶ୍ୟ ନୁହେଁ । ସେ କେନ୍ଦ୍ରରେ ମୋଦି ସରକାରଙ୍କୁ ଆକ୍ରମଣ କରି କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସମସ୍ ପ୍ରକାର ଅର୍ଥ, ଶକ୍ତି ଏବଂ ଗଣମାଧ୍ୟମ ବ୍ୟବହାର କରାଯାଉଛି । ତେଣୁ ଶିବସେନା ମମତା ବାନାର୍ଜୀଙ୍କୁ ସମର୍ଥନ କରିବାକୁ ନିଷ୍ପତି ନେଇଛନ୍ତି । ସେ କହିଛନ୍ତି ଯେ, ମମତା ବାନାର୍ଜୀଙ୍କ ବିଜୟ ପାଇଁ ସେ ପ୍ରାର୍ଥନା କରିବେ ।
ବାନାର୍ଜୀ ହେଉଛି ପଶ୍ଚିମବଙ୍ଗର ପ୍ରକୃତ ବାଘ । ଏହା ପୂର୍ବରୁ ଜାନୁଆରୀ ମାସରେ ସେ ଘୋଷଣା କରିଥିଲେ ଯେ, ତାଙ୍କ ଦଳ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବ, କିନ୍ତୁ ବର୍ତମାନ ଦଳ ସ୍ପଷ୍ଟ କରିଛି ଯେ ପଶ୍ଚିମବଙ୍ଗରେ ପ୍ରତିଦ୍ୱନ୍ଦିତା କରିବ ନାହିଁ ।