ଭାରତରେ ଖେଳାଯିବ ଆଇପିଏଲ୍ ୧୪
ନୂଆଦିଲ୍ଲୀ(ୱାଇଏନ୍ଏସ୍ ): ଆଇପିଏଲ୍ ମ୍ୟାଚ୍ ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ତାରିଖ ପର୍ଯ୍ୟନ୍ତ ଦେଶର ୬ଟି ସ୍ଥାନରେ ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଛି। ସୂଚନା ଅନୁସାରେ ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ଆଇପିଏଲ୍ ମ୍ୟାଚ ଖେଳାଯିବ। ସମୁଦାୟ ୫୨ ଦିନ ଧରି ଅନୁଷ୍ଠିତ ଦିନ ଧରି ଅନୁଷ୍ଠିତ ହେଉଥିବା ଟୁର୍ଣ୍ଣାମେଣ୍ଟରେ ୬୦ଟି ମ୍ୟାଚ୍ ଖେଳାଯିବ। ଗତବର୍ଷ ମହାମାରୀ କରୋନା ପାଇଁ ଆପିଏଲ୍ର ୧୩ତମ ସଂସ୍କରଣ ବା ୨୦୨୦ ମସିହା ଆଇପିଏଲ୍ ମ୍ୟାଚ୍ ବହୁ ବିଳମ୍ବରେ ଭାରତରେ ନ ଖେଳାଯାଇ ୟୁନାଇଟେଡ୍ ଆରବ ଏମିରେଟ୍ସରେ ଖେଳା ଯାଇଥିଲା। ତେବେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ(ବିସିସିଆଇ) ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଭାରତରେ କରାଯିବ ବୋଲି ନିଷ୍ପତ୍ତି କରିଛି । ଆଇପିଏଲ୍ର ଏହି ଆଗାମୀ ମ୍ୟାଚ୍ ପାଇଁ ଭାରତର ୬ଟି ସ୍ଥାନ ବିସିସିଆଇ ନିଷ୍ପତ୍ତି ନେବା ପରେ ଏ ନେଇ ଘୋଷଣା ହୋଇଛି।


