ଧାନକିଣାକୁ କେନ୍ଦ୍ର କରି ଛତ୍ରପୁର ତାରାତାରିଣୀ ରାସ୍ତା ଅବରୋଧ କଲେ ଚାଷୀ: ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ

ଛତ୍ରପୁର ,(ପ୍ରଶାନ୍ତ ମହାରଣା): ଧାନକିଣାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାରେ ସବୁଠି ଚାଷୀ ମାନଙ୍କ ମଧ୍ୟରେ ଦେଖାଦେଇଛି ଘୋର ଅସନ୍ତୋ ଷ । ଗୋଟିଏ ପଟେ ଟାର୍ଗେଟ ନଥିବାରୁ ଚାଷୀଙ୍କ ଧାନ କିଣାଯାଉନଥିବାବେଳେ ଅନ୍ୟପଟେ ଚାଷୀଙ୍କ ଟୋକନ ଅବଧୀ ଶେଷ ହେବାକୁ ବସିଛି ଏବଂ ଆଉ ବହୁ ଚାଷୀଙ୍କ ଟୋକନ ରଦ୍ଦ ହୋଇଗଲାଣି । ଏହାକୁ ନେଇ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚାଷୀମାନେ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଧାନ କିଣାଯାଇନାହିଁ । ଏହି କ୍ରମେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକର ପୋଟଲାମପୁର ପଂଚାୟତର ବହୁ ଚାଷୀଙ୍କ ଧାନ ଏ ପର୍ଯ୍ୟନ୍ତ କିଣାଯାଇନଥିବା ହେତୁ ବହୁବାର ଚାଷୀମାନେ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରସ୍ଥ ହେଲେ ସୁଦ୍ଧା ସେମାନଙ୍କ ଗୁହାରି କିଏ ଶୁଣୁନାହାନ୍ତି । ପଂଚାୟତର ୫୬୯ ଜଣ ଚାଷୀ ଧାନ ବିକିବା ନିମନ୍ତେ ସୋସାଇଟିରେ ନାମ ପଞ୍ଜୀକରଣ କରିଥିଲେ । ସେଥିରୁ ୨୮୦ ଜଣ ଚାଷୀଙ୍କ ଧାନ ଏ ପର୍ଯ୍ୟନ୍ତ କିଣାଯାଇଛି । ଆଉ ବଳକା ଚାଷୀଙ୍କ ଧାନ ବିକିବା ନିମନ୍ତେ ଟୋକନ ଆସିଲେ ସୁଦ୍ଧା ସେମାନଙ୍କ ଧାନ ଏ ପର୍ଯ୍ୟନ୍ତ କିଣାଯାଉନାହିଁ । ସେଥିରୁ ପ୍ରାୟ ୭୦ଜଣ ଚାଷୀଙ୍କ ଟୋକନ ରଦ୍ଦ ହୋଇଗଲାଣି । ଏ ନେଇ ସେମାନେ ବାରମ୍ବାର ଯୋଗାଣ ଅଧିକାରୀ ଓ ମିଲର ଓ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇଲେ ସୁଦ୍ଧା ଟାର୍ଗେଟ ବାହାନା ଦେଖାଇ ସେମାନଙ୍କ ଧାନ ନକିଣାଯାଇ ନାହିଁ । ଯାହାଫଳରେ ଧାନ ଗୁଡିକ ଖଳାରେ ପଡ଼ିରହିଛି ।
ଚାଷୀ ଟୋକନ ଓ ଟାର୍ଗେଟ ଦ୍ୱନ୍ଦ୍ୱରେ ପେସି ହୋଇ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ଗତ କରିଆସୁଛି । ଆଜି ସକାଳ ୫ଟାରୁ ପୋଟଲାମପୁର ପଂଚାୟତର ଶହ ଶହ ଚାଷୀମାନେ ଧାନ ବସ୍ତା ଧରି ସମସ୍ତ ଚାଷୀଙ୍କ ଧାନ କିଣିବା ଦାବି ନେଇ ପୋଟଲାମପୁର ଗ୍ରାମ ଠାରେ ଛତ୍ରପୁର-ତାରାତାରିଣୀ ମୁଖ୍ୟ ରାସ୍ତା ଅବରୋଧ କରିବା ସହ ଟାୟାର ଜାଳି ଧାନ ବସ୍ତା ରଖି ଆନ୍ଦୋଳନ କରିଛନ୍ତି । ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁର ଯାଉଥିବା ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରିବା ସହ ଆରଆଇ କାର୍ଯ୍ୟାଳୟକୁ ମଧ୍ୟ ବନ୍ଦ କରିଛନ୍ତି । ଋଷିକୁଲ୍ୟା ନଦୀ କୂଳରେ ଶ୍ୟାମଳ, ଅମଳ ହୋଇଥିବା ଧାନ ଖଳାରେ ପଡ଼ିରହିଥିବାବେଳେ ଏବେ ଜମିରେ ଲଙ୍କା ମରିଚ ପାଚି ଗଲାଣି । ଅନେକ ଚାଷୀ ମରିଚ ଅମଳ କରି ରଖିଥିଲାବେଳେ ଏବେ ଅଭାବୀ ବିକ୍ରି ସମ୍ମୁଖିନ ହେଉଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଯେ ଯଥାଶୀଘ୍ର ଧାନ କିଣାଯିବା ସହ ମରିଚ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଉ । ସକାଳ ୫ଟାରୁ ଶହ ଶହ ଚାଷୀମାନେ ଏହି ଆନ୍ଦୋଳନକୁ ଓହ୍ଲାଇ ନିଜ ହକ୍ ନିମନ୍ତେ ରାସ୍ତା ଅବରୋଧ କରିଥିଲେ । ସୂଚନା ପାଇ ଘଟଣାସ୍ଥଳରେ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ସହକାରୀ ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ, ବ୍ଲକ ଯୋଗାଣ ଅଧିକାରୀ ଜୟଦେବ ଲେଙ୍କା, ଛତ୍ରପୁର ଏସଡିପିଓ ଗୌତମ କିଷାନ, ଛତ୍ରପୁର ଥାନାଧିକାରୀ ପିୟସ ରଞ୍ଜନ ଛୋଟରାୟଙ୍କ ସମେତ ପୁଲିସ କର୍ମଚାରୀମାନେ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସେମାନଙ୍କ ଜିଦରେ ଅଟଳ ରହିଛନ୍ତି । ପ୍ରଶାସନ ତୁରନ୍ତ ଆମର ଧାନ କିଣି ଚାଷୀମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ନିମନ୍ତେ ସେମାନେ ହୋହାଲା କରିଥିଲେ । ଏହି ଆନ୍ଦୋଳନକୁ ଆହୁରୀ ତୀବ୍ର କରିଥିଲେ । ଏଥିରେ ଚାଷୀ ସଂଗଠନର ସଭାପତି ରାଜେନ୍ଦ୍ର ନାହାକ, ନିରଞ୍ଜନ ପ୍ରଧାନ, ସତ୍ୟନାରାୟଣ ନାହାକ, ମହେନ୍ଦ୍ର କୁମାର ପ୍ରଧାନ, ଦୁର୍ଯ୍ୟୋଧନ ନାହାକ, କରୁଣାକର ନାହାକ, ମହେଶ୍ୱର ପ୍ରଧାନ, ଗଣପତି ବାରିକ, ପୂର୍ବତନ ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ବିଜେଡି ଯୁବ ନେତା ଶମ୍ଭୁନାଥ ସ୍ୱାଇଁ ଓ ସୁକାନ୍ତ ନାହାକ, ରମେଶ ବାରିକ ଋଷିକୁଲ୍ୟା ରୟତ ମହାସଭାର ଜିଲ୍ଲା ସମ୍ପାଦକ ସୀମାଂଚଳ ନାହାକ ବ୍ଲକ ସଭାପତି ଦୁର୍ଯ୍ୟୋଧନ ପରିଡ଼ା, ଯୁବ ନେତା ସପନ ନାହାକ, ବିଜୟ ପ୍ରଧାନ, ପୂର୍ବତନ ସରପଂଚ ଭଗବାନ ନାହାକ, ବାବୁଲୀ ସ୍ୱାଇଁ, ଭାଷ୍କର ସ୍ୱାଇଁ , ସନିଆ ସ୍ୱାଇଁ ପ୍ରମୋଦ ସାହୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡ଼ାଙ୍କ ସମେତ ପଂଚାୟତର ଶତାଧୀକ ମହିଳା ଓ ପୁରୁଷ ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇ ରାଜରାସ୍ତାରେ ଧାନ ବସ୍ତା ଧରି ବସିରହିଥିଲେ ।ଏହି ଆନ୍ଦୋଳନ ଦୀର୍ଘ ୧୧ଘଣ୍ଟା ଧରି ଚାଲିଥିବା ବେଳେ ଦୁଇପାଶ୍ୱର୍ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଥିଲା । ଜନସାଧାରଣ ନାହିଁ ନଥିବା ଅସୁବିଧା ସମ୍ମୁଖୀ ହୋଇଥିଲେ । ଯାହାଫଲରେ ପ୍ରଶାସନ ଓ ପୋଲିସ ର ମୁଣ୍ଡ ବ୍ୟଥାର କାରଣ ପାଲିଟିଥିଲ।। ଅପରାହ୍ନରେ ୪ଟାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ , ସହକାରୀ ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ ଓ ବ୍ଲକ ଯୋଗାଣ ଅଧିକାରୀ ଜୟଦେବ ଲେଙ୍କା ଆନ୍ଦୋଳନସ୍ଥଳରେ ପହଞ୍ଚି ୨ହଜାର କୁଇଣ୍ଟାଲ ଟାର୍ଗେଟ ଆଜି ଚାଷୀଙ୍କ ଠାରୁ ଧାନ କିଣିବା ନିମନ୍ତେ ଲିଖିତ ଭାବେ ଦିଆଯିବ ବୋଲି ଲିଖିତ ପ୍ରତିଶୃତି ଦେବା ସହ ଅବଶିଷ୍ଟଥିବା ଟାର୍ଗେଟ ସାତଦିନ ମଧ୍ୟରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଦିଆଯିବ ବୋଲି ଲିଖିତ ପତ୍ର ଉଲେଖ ରହିଛି । ଆନ୍ଦୋଳନକାରୀ ମାନେ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ଓହରିଥିଲେ । ସାତ ଦିନ ଭିତରେ ସୋସାଇଟି କୁ ଟାର୍ଗେଟ ପ୍ରଦାନ କରି ପଞ୍ଚାୟତର ରହିଥିବା ବଳକା ଚାଷୀଙ୍କ ଧାନ ଗୁଡିକ ମଧ୍ୟରେ କିଣାନଗଲେ ଆଗାମୀ ଦିନ ବଡଧରଣର ଆନ୍ଦୋଳନ ହେବ ବୋଲି ଚାଷୀନେତା ନୀରଞ୍ଜନ ପ୍ରଧାନ ଓ ରାନେନ୍ଦ୍ର ନାହାକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ