ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନର ପୁର୍ତ୍ତି ଅବସରରେ ଜାତୀୟ କଳା ଦିବସ ପାଳିତ

କେନ୍ଦ୍ରାପଡା, ଚିତ୍ତରଂଜନ ଦାସ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିି ଆହ୍ୱାନରେ ଗତ ଶନିବାର ଦେଶବ୍ୟାପି ୧୦୦ ଦିନର କୃଷକ ଆନ୍ଦୋଳନର ପରିପ୍ରେକ୍ଷୀରେ ଜାତୀୟ କଳା ଦିବସ ପାଳନ କରାଯାଇଛି । ୩ଟି କୃଷି ତଥା କୃଷକ ବିରୋଧୀ କଳା ଆଇନ ବାତିଲ କରିବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦର ପ୍ରଦାନରେ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ଏବଂ କଳା ବିଦ୍ୟୁତ୍ ବିଲ ପ୍ରଦାନ ଦାବିରେ ଦିଲ୍ଲୀର ଚାରିପଟେ ଦୀର୍ଘ ୧୦୦ ଦିନହେବ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି । ଏହି ସମୟ ମଧ୍ୟରେ ୩୦୭ ଚାଷୀ ମୃତ୍ୟୁ ବରଣ କରି ସହିଦ୍ ହୋଇ ସାରିଲେଣି । ଦୁର୍ଭାଗ୍ୟର ବିଷୟ ମୋଦୀ ସରକାର ଏହି ଆନ୍ଦୋଳନ ପ୍ରତି କର୍ଣ୍ଣପାତ ନକରି ଓ ଦେଶର କୋଟି କୋଟି ଚାଷୀଙ୍କର ସୁରକ୍ଷା ପରିବର୍ତ୍ତେ ଆମ୍ବାନି ଓ ଆଦାନିର ସୁରକ୍ଷା ପାଇଁ ପ୍ରତି ମୁହୂର୍ତରେ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କୃଷକ ଆନ୍ଦୋଳନକୁ ଦେଶଦ୍ରୋହୀ ଆନ୍ଦୋଳନ କହିବା ଘୃଣ୍ୟ ଏବଂ ନୀଚ ମାନସିକତାର ପରିଚୟ । ଏହି ପରିପ୍ରେକ୍ଷୀରେ ସାରା ଦେଶର ଦିଲ୍ଳୀରୁ ପଲ୍ଲୀ ପର୍ଯ୍ୟନ୍ତ ଜାତୀୟ କଳା ଦିବସ ପାଳନର ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ରାପଡାର ପୁରୁଣା ବସଷ୍ଟାଣ୍ଡସ୍ଥିତ ଗାନ୍ଧିମୁର୍ତି ନିକଟରେ କୃଷକ ସଂଗଠନ ଗୁଡିକ ଜାତୀୟ କଳା ଦିବସ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କୃଷକ ସଂର୍ଘଷ ସମନ୍ୱୟ ସମିତିର ଜିଲ୍ଲା ଆବାହକ ଗୟାଧର ଧଳ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ନେତା ରମଣୀ ରଞ୍ଜନ ରାଉତରାୟ, କୃଷକ କଂଗ୍ରେସ ନେତା ପ୍ରଫୁଲ କୁମାର ଦାସ, ଓଡିଶା କୃଷକ ସଭାର ଜିଲ୍ଲା ସଭାପତି ଉମେଶ ଚନ୍ଦ୍ର ସିଂହ, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ଉପଦେଷ୍ଟା ଦାସରଥୀ ସାହୁ, ଚାଷୀ ମୂଲିଆ ସଂଘର ସଭାପତି ଫକିର ଚରଣ ଖଟୁଆ, ସିଆଇଟିୟୁର ଜିଲ୍ଲା ସଂପାଦକ ଜଗତ ଜୀବନ ଦାସ, ଅଖିଳ ଭାରତ କୃଷକ ସଭାର ଜିଲ୍ଲା ଆବାହକ ପଦ୍ମନାଭ ଦାସ, ନବ ନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ରୁର ପଲାଇ, ଆଇଏନଟିୟୁସିର ଜିଲା ସଭାପତି ମୁକ୍ତାର ଖାଁ, ବରିଷ୍ଠ କୃଷକ ନେତା ମାଧବ ଦାସ, ଦୋଳ ଗୋବିନ୍ଦ ସାହୁ, ଏଆଇକେଏମଏମଏସର ଜିଲ୍ଲା ସଂପାଦିକା ଏଲିନା ସାମନ୍ତରାୟ, ବସନ୍ତ ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ । କେନ୍ଦ୍ର ସରକାର ଏହି ଆଇନ ପ୍ରତ୍ୟାହର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ବକ୍ତାମାନେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ