ବ୍ୟବସାୟୀ ହାଜି ମିର ରହେମତ ଅଲ୍ଲୀଙ୍କ ବିୟୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ବିଶିଷ୍ଟ ବ୍ୟବସାୟୀ ହାଜି ମିର୍ ରହେମତ ଅଲ୍ଲୀଙ୍କ ୮୨ବର୍ଷ ବୟସରେ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗ ଖବର ପାଇ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ଗରାପୁରସ୍ଥିତ ତାଙ୍କ ବାସସ୍ଥାନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସ୍ୱର୍ଗତ ଅଲ୍ଲୀଙ୍କ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଥିଲା । ହାଜି ରହେମତ କେନ୍ଦ୍ରାପଡା ସହରରେ ମୟୂରୀ ଗ୍ରୁପ ବ୍ୟବସାୟ ପ୍ରତିଷ୍ଠାନ ପ୍ରତିଷ୍ଠାକରି ବ୍ୟବସାୟ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିଥିଲେ । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମଦ୍ରାସା ପ୍ରତିଷ୍ଠା କରି ସେଥିରେ ଶହ ଶହ ଗରିବ ପିଲାମାନଙ୍କୁ ଶିକ୍ଷାକ୍ଷେତ୍ରରେ ସଂପୂର୍ଣ୍ଣ ସହଯୋଗ କରୁଥିଲେ । ଜୀବନରେ ସେ ୫ଥର ହଜ୍ କରି ସମାଜକୁ ସତ୍ୟ, ଶାନ୍ତି, କ୍ଷମାର ବାର୍ତ୍ତା ଦେଇଥିଲେ । ହଜ ଏବଂ ୱାକଫ ବୋର୍ଡର ସଦସ୍ୟ, ଜୁମା ମସଜିଦର ସମ୍ପାଦକଜ ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ବ୍ୟବସାୟ ଜଗତର ଅପୂରଣୀୟ କ୍ଷତି ଘଟିଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପ୍ରତିଭାପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ବିଜେଡି ନେତା ରଞ୍ଜିତ ସାହୁ, ପୂର୍ବତନ ନଗରପାଳ ଆକ୍‌ବର ଅଲ୍ଲୀ, ମୁକ୍ତାର ଖାଁ, ହିବଜୁର ରହେମାନ, ରାଜେଶ ପଣ୍ଡା, ବିଜେଡି ସଂଖ୍ୟାଲଘୁ ସଭାପତି ସେକ୍ ଇନାୟତ, ଜ୍ଞାନରଞ୍ଜନ ମହାନ୍ତି, ସୟଦ ଏହେସାନ ଅଲ୍ଲୀ, ସାବିର ଖାଁ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାନ୍ତି,ମୃତ୍ୟୁଞ୍ଜୟ ମହାନ୍ତି, ସୟଦ ଅବଦୁଲ ସତାର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଅପରାହ୍ନରେ ଜନାଜା ପାଠ କରାଯାଇ ଗରାପୁର କବରସ୍ଥାନରେ କବର ଦିଆଯାଇଥିଲା । ଜ୍ୟେଷ୍ଟପୁତ୍ର ହାଜି ମିର ଅକ୍ତର ଅଲ୍ଲୀ ସମେତ ଦଶ ଭାଇ ଓ ଦୁଇ ଭଉଣୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ