ଦିଗପହଣ୍ଡି ରେ ଶିଶୁ ସୁରକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ “ବେଟି ବଚାଓ ବେଟି ପଢାଓ”, ମୋ ଗେହ୍ଲା ଝିଅ, ନିର୍ଭୟା କଢି, ବାଲ୍ୟବିବାହ ନିରୋଧ ଏବଂ ମହିଳା ଓ ଶିଶୁ ଚାଲାଣ ବନ୍ଦ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶୁଭାରମ୍ଭ କରାଯାଇଥିବା ସଚେତନତା ରଥକୁ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡା ପଞ୍ଚାୟତ ରାଜପୁର ଗ୍ରାମ ଠାରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଛି।ଦିଗପହଣ୍ଡି ସିଡିପିଓ ପୁଷ୍ପାଞ୍ଜଳି ଶତପଥୀଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧନା ମହିଳା ସଂଘର ସଭାନେତ୍ରୀ ପି.ବିଜୟଲକ୍ଷ୍ମୀଙ୍କ ସମେତ ଅଙ୍ଗନବାଡି କର୍ମୀ ଅହଲ୍ଯା ପ୍ରଧାନ, ସୁନିତା ନାହାକ, ବିଦେଶୀନି ବିଷୋୟୀ, ସୁନିତା ପାତ୍ର ଓ ବହୁ ସଂଖ୍ୟକ ମହିଳା ଉପସ୍ଥିତ ରହି ସଚେତନତା ରଥକୁ ସମ୍ମିଳିତ ହୁଳହୁଳି ଦେଇ ବନ୍ଦାପନା କରିଥିଲେ।ଏହାପରେ ବାଲ୍ୟବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ବିଲୋପ ପାଇଁ ଏକ ଉପସ୍ଥିତ ଗ୍ରାମବାସୀ ଓ ବହୁ ସଂଖ୍ୟକ ମହିଳା ଙ୍କୁ ଶପଥ ପାଠ କରାଯାଇଥିଲା। ପରେ ସଚେତନତା ରଥ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପରିକ୍ରମା କରି ଫେରି ଥିବା ଜଣାପଡ଼ିଛି।


