କେନ୍ଦ୍ର ସରକାରଙ୍କ କୃଷି ମାରଣନୀତି ପ୍ରତିବାଦରେ କୃଷକ ଅଧିକାର ଯାତ୍ରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ରାଜ୍ୟ ବ୍ୟାପୀ କୃଷକ ଅଧିକାର ଯାତ୍ରା ୧୨ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା “କୃଷକ ଅଧିକାର ଯାତ୍ରା” ପରୀପ୍ରେକ୍ଷୀରେ ଗଜପତି ଜିଲ୍ଲର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ କୃଷକ ନେତୃବୃନ୍ଦ ଜିଲ୍ଲାର ବିଭିନ୍ନ ସ୍ଥାନ ଯଥା ଚନ୍ଦ୍ରଗିରି, ଆର୍.ଉଦୟଗିରି, ରାୟଗଡ, ପାରଳାଖେମୁଣ୍ଡି ଆଦି ସ୍ଥାନକୁ ଯାଇ ଏହି ଯାତ୍ରା ସମ୍ପର୍କିତ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ କହିଥିଲେ । ଏହି ରାଜ୍ୟସ୍ତରୀୟ ନେତୃବୃନ୍ଦ ମଧ୍ୟରେ ଓଡିଶା କୃଷକ ସଭାର ଶୁରେଶ ପାଣିଗ୍ରାହୀ, ଜମେଶ୍ୱର ସାମନ୍ତରାୟ, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଲିଙ୍ଗରାଜ, ଅଶୋକ ପ୍ରଧାନ, ଅଖିଳ ଭାରତ କୃଷକ ସଭାର କ୍ଷୀରୋଦ କୁମାର ସିଂହ ଦେବ, ଶଶିଭୂଷଣ ସ୍ୱାଇଁ, ଅଖିଳ ଭାରତ କୃଷକ ମହା ସଭାର, ଅଶୋକ ପ୍ରଧାନ, ମହେନ୍ଦ୍ର ପରିଡା, ଅଲଇଣ୍ଟିଆ କ୍ଷେତ ମଜଦୁର କିଷାନ ସବାର ଶ୍ରୀକାନ୍ତ ମହାନ୍ତି, ବାସୁଦେବ ଦାଶ, ଅଲଇଣ୍ଡିଆ କିଷାନ ମଜଦୁର ସଭାର ଭାଲଚନ୍ଦ୍ର ଶଡଙ୍ଗୀ, ପ୍ରତାପ ପ୍ରଧାନ, ଅଲଇଣ୍ଡିଆ ଅଗ୍ରଗାମୀ କିଷାନ ସଭାର ଜ୍ୟୋତିରଂଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢୀ, ଅଲଇଣ୍ଡିଆ କ୍ରାନ୍ତିକାରୀ କିଷାନ ସବାର ଶଙ୍କର ସାହୁ, ରାକେଶ ପାତ୍ର, ନ୍ୟାସନାଲ ଆଲାଏନ୍ସ ଅଫ ପିପୁଲ୍ସର ପ୍ରଫୁଲ ସାମନ୍ତ ରାୟ, ମାନସ ପଟ୍ଟନାୟକ, ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ରଘୁନାଥ ଦାଶ, ନିରଞ୍ଜନ ମହାନ୍ତି, ଏନ୍.ଏପି.ଏମ୍.ର ନରେନ୍ଦ୍ର ମହାନ୍ତି, ବିଜୟ ସ୍ୱାଇଁ, ଆଦିବାସୀ ଅଧିକାର ମଞ୍ଚର ରାଜ୍ୟ ସଭାପତି ଦଣ୍ଡପାଣି ରଇତ, ରାଜ୍ୟ ସଂପାଦକ ଯତିନ ମହାନ୍ତି ପ୍ରମୁଖଙ୍କ ସମେତ ଏଆଇକେଏସ୍ର ଜେନା ସୁବାସ ଚନ୍ଦ୍ର ରାଓ, ଗୌରୀଶଙ୍କର ମହାନ୍ତି, ପି.ମୂରଲୀ, ଉପେନ୍ଦ୍ର ନାୟକ, ଡି.ଭେଙ୍କେଟ ରାଓ ପ୍ରମୁଖ ଜିଲ୍ଲାସ୍ତରୀୟ ନେତାମାନେ ଉପସ୍ଥିତଥିଲେ । ରାଜ୍ୟନେତୃବୃନ୍ଦ ପାରଳାଖେମୁଣ୍ଡି ଠାରେ ପହଞ୍ôଚବାପରେ ରାମସାଗର ଠାରେ ସ୍ୱାଗତ କରାଯିବା ସହ ଶତାଧିକ ବାଇକ ର୍ୟାଲିରେ ବାହାରି ସହର ପରିକ୍ରମା କରିଥିଲେ । ଶେଷରେ ହାଇସ୍କୁଲ ଛକ ଠାରେ କେନ୍ଦ୍ର ସରକାରଙ୍କ କୃଷିମାରଣ ନୀତି ଉପରେ ବିଭିନ୍ନ ଆଲୋଚନା କରିଥିଲେ । ସେମାନେ କହିଥିଲେ ଯେ କୃଷି ଜାତ ସାମଗ୍ରୀର ପ୍ରୋତ୍ସାହନ ଏବଂ ସୁବିଧା ପ୍ରଦାନ ୨୦୨୦ ଆଇନ୍କୁ ରଦ୍ଦ କରାଯିବା, କୃଷକ ସଶକ୍ତିକରଣ ଏବଂ ସୁରକ୍ଷା ରାଜିନାମା ସଂକ୍ରାନ୍ତୀୟ ମୂଲ୍ୟ ସୁନିଶ୍ଚିତା ଏବଂ କୃଷି ସେବା ଆଇନ-୨୦୨୦କୁ ରଦ୍ଦ କରିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍-୨୦୨୦ ରଦ୍ଦ କରିବା, ଏମ୍.ଏସ୍. ସ୍ୱାମୀନାଥନ ଜାତୀୟ କୃଷକ କମିଶନ ସୁପାରିଶ ଅନୁସାରେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବ ନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ଏବଂ କୃଷିଜାତ ଦ୍ରବ୍ୟ ଗୁଡିକୁ ସରକାରୀ ଭାବେ ସଂଗ୍ରହ କରିବା ପାଇଁ ଆଇନ ବ୍ୟବସ୍ଥା କରିବା, ଓଡିଶାରେ ଧାନ କୁଇଣ୍ଟାଲ ପ୍ରତି ୩ହଜାରଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା, କେନ୍ଦ୍ରୀୟ କୃଷି ଆଇନ ଢାଞ୍ଚାରେ ରାଜ୍ୟ କ୍ୟାବିନେଟରେ ପାରିତ କୃଷକ ବିରୋଧୀ କୃଷି ସମ୍ପର୍କୀୟ ଆଧ୍ୟାଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଏବଂ ଚାଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ପ୍ରଦାନ କରିବା, ଆଦିବାସୀ ଏବଂ ପାରମ୍ପାରିକ ଜଙ୍ଗଲବାସୀଙ୍କ ଉତ୍ପାଦିତ ସମସ୍ତ କୃଷିଜାତ ସାମଗ୍ରୀ ଓ ସଂଗୃହିତ ଲଘୁ ବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷାଣା କରି ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା ଆଦି ଉପରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରିବା ସହ ୨୩ ମାର୍ଚ୍ଚରେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ସମାବେଶରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଆହ୍ୱାନ ଦେଇଥିଲେ । ଏଥିସହ ମାର୍ଚ୍ଚ ୨୬ରେ ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ସଫଳ କରିବାପାଇଁ ମଧ୍ୟ ନିବେଦନ କରିଥିଲେ ।