ଶ୍ରୀମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ ନିଆଗଲେ ଓଡିଆ ଲୋକମାନେ ଏଥିରେ ସହଯୋଗୀ ହୋଇପାରିବେ

ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ) : ପୁରୀ ଶ୍ରୀମନ୍ଦିରର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦିଗ୍‌ଦର୍ଶନରେ ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ବଡ ଜନଆନ୍ଦୋଳନର ରୂ ଦେବା ପାଇଁ ଆଲୋଚନା କରିବା ଏବଂ ଏଥିରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ସାଢେ ୪ କୋଟି ଓଡିଆଙ୍କ ଶ୍ରମ ଓ ଆର୍ଥିକ
ଯୋଗଦାନ ନିମନ୍ତେ ବିଚାରବିମର୍ଷ କରିବା ପାଇଁ ରବିବାର ବିଶ୍ୱ ଓଡ଼ିଆ ସମୁଦାୟଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଲ୍ଲେଖନୀୟ ଯେ, ଏହି ଆଲୋଚନାରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସାମିଲ ହୋଇ ଶ୍ରୀମନ୍ଦିର ବିକାଶ ପାଇଁ ଆଗେଇ ଆସିବାକୁ ସମଗ୍ର ହିନ୍ଦୁ ସମାଜ ସହ ସମସ୍ତ ଓଡିଆଙ୍କୁ ଦିଗଦର୍ଶନ ଦେଇଥିବାରୁ ଶ୍ରୀପ୍ରଧାନ ଧନ୍ୟବାଦ ଜଣାଇଥିଲେ । ଶ୍ରୀମନ୍ଦିର ବିକାଶ ପାଇଁ ସାମୁହିକ ପ୍ରଚେଷ୍ଟା କରିବା ଦିଗରେ ହୋଇଥିବା ଆଲୋଚନାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିବା ୩୫ରୁ ଉର୍ଦ୍ଧ୍ୱ ଦେଶରେ ରହୁଥିବା ଓଡ଼ିଆ ଲୋକମାନଙ୍କୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ୮୦୦ ବର୍ଷର ପୁରୁଣା ପୁରୀ ଶ୍ରୀମନ୍ଦିର ଉନ୍ନତି ପାଇଁ ଉଦ୍ୟମ କରାଯିବା ପ୍ରଂଶସନୀୟ । ରାଜ୍ୟ ସରକାରଙ୍କ ସହ ଭାରତ ସରକାର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ବିକାଶ ପାଇଁ ଭାରତ ସରକାର ସହଯୋଗୀ ହୋଇଛନ୍ତି । ପୂର୍ବୁରୁଷ ତଥା ଓଡିଆ ଜାତି ଶ୍ରୀମନ୍ଦିର ଭଳି ଅନେକ ଭବ୍ୟ ମନ୍ଦିରକୁ ହଜାର ହଜାର ବର୍ଷ ସୁରକ୍ଷିତ ରଖିବା ପାଇଁ ବୈଜ୍ଞାନିକ କୌଶଳରେ ଏହି ମନ୍ଦିର ନିର୍ମାଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଆମ ସମଗ୍ର ହିନ୍ଦୁ ସମାଜ ତଥା ବିଶ୍ୱରେ ରହୁଥିବା ସମସ୍ତ ଓଡିଆ ଶ୍ରୀମନ୍ଦିର ଓ ପରମ୍ପରାକୁ ଅଧିକ ହଜାର ହଜାର ବର୍ଷ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରିବା ଦରକାର ଏବଂ ଶ୍ରୀମନ୍ଦିର ବିକାଶ ପାଇଁ ସମର୍ପଣ ନିଧି ଅଭିଯାନକୁ ଏକ ଜନଆନ୍ଦୋଳନ ରୂ ଦେବାର ଆବଶ୍ୟକତା ରହିଛି । ସରକାର କିମ୍ବା ବ୍ୟବସ୍ଥା ନୁହେଁ ବରଂ ଓଡିଆ ଲୋକମାନଙ୍କ ସହଯୋଗୀରେ ଶ୍ରୀମନ୍ଦିର ତିଆରି ହୋଇଥିଲା । ଶ୍ରୀମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ ନିଆଗଲେ ଓଡିଆ ଲୋକମାନେ ଏଥିରେ ସହଭାଗୀତା ହୋଇପାରିବେ । ବିଶେଷ ଭାବରେ ଗଜପତି ମହାରାଜଙ୍କ ମାର୍ଗଦର୍ଶନରେ ଗରିବ ଲୋକମାନେ ଶ୍ରୀମନ୍ଦିରର ବିକାଶ ପାଇଁ ଶ୍ରମଦାନ କରିବା ସହ ଆର୍ଥିକ ସମ୍ପନ୍ନ ଲୋକମାନେ ଶ୍ରୀମନ୍ଦିର ବିକାଶ ପାଇଁ ଆର୍ଥିକ ସହଯୋଗ କରିବା ପାଇଁ ଆଲୋଚନା କରାଯାଉ । ଏହାସହ ପୁରୀ ଶ୍ରୀମନ୍ଦିରରେ ସ୍ୱଚ୍ଛତାକୁ ମହତ୍ୱ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଏହି ଆଲୋଚନା କାର୍ଯ୍ୟକ୍ରମରେ ଆମେରିକା, ସ୍ୱିଡ଼େନ୍‌, ଜାପାନ, ମିଆଁମାର, ଚୀନ, ସାଉଥକୋରିଆ, କେନିଆଁ, ତୁର୍କି, ସାଉଦି ଆରବ, ବାହରିନ, ମୋରେସିଅସ, ଅଷ୍ଟ୍ରେଲିଆ, କୁଏତ୍‌, ସିଙ୍ଗାପୁର, ମାଲେସିଆ, ଇଂଲଣ୍ଡ, ଆୟରଲ୍ୟାଣ୍ଡ, ନାଇଜେରିଆ, ଋଷ, କାନାଡ଼ା, ଜର୍ମାନୀ, ନାଇଜେରିଆ, କାଜକିସ୍ତାନ, ପର୍ତୃଗାଲ, ବେଲଜିୟମ, ନେଦରଲ୍ୟାଣ୍ଡ, ସ୍ପେନ୍‌, ଇଣ୍ଡୋନେସିଆ, ଭିଏତନାମ ଏବଂ ଥାଇଲ୍ୟାଣ୍ଡ ଦେଶରେ ରହୁଥିବା ଓଡ଼ିଆ ଲୋକମାନେ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଡ଼ିହୋଇ ଆଲୋଚନାରେ ଭାଗ ନେଇଥିଲେ । ଅଷ୍ଟ୍ରେଲିଆରୁ ନଳିନୀ ପତି, ସିଙ୍ଗାପୁରରୁ ଶରତ ମହାନ୍ତି, ଲଣ୍ଡନରୁ ସୁମନ୍ତ ମାନସିଂହ, ନାଇଜେରିଆରୁ ରମେଶ
ବିଶ୍ୱାଳ, ଆମେରିକାରୁ କୁକୁ ଦାସ, ମସ୍କୋରୁ ସନ୍ତୋଷ ମିଶ୍ର, ସାଉଦିଆରବରେ ରହୁଥିବା ଡା. ଚନ୍ଦ୍ରଶେଖର ଖୁଂଟିଆ, କାନାଡରୁ ତନ୍ମୟ ପଣ୍ଡା, ବହରିନରୁ ଅରୁଣ କୁମାର ପ୍ରହରାଜ, ଜାପାନରୁ ଭିସି ଜରିଆରେ ସାମିଲ ହୋଇଥିବା କୁନା ଦାସ ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗୀ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନିଜେ ପୁରୀ ଗସ୍ତ କରି ଶ୍ରୀମନ୍ଦିରର ବିକାଶ ପାଇଁ ସହଯୋଗ ରାଶି ପ୍ରଦାନ କରିଥଲେ ଏବଂ ଗତ ୫ ତାରିଖରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ପତ୍ର ଲେଖି ପୁରୀ ଶ୍ରୀମନ୍ଦିରର ବିକାଶ କରିବା ପାଇଁ ସମର୍ପଣ ନିଧି ସଂଗ୍ରହ ସଂଗ୍ରହ ଅଭିଯାନ ଭଳି ଏକ ବ୍ୟବସ୍ଥା ତିଆରି କରିବା ପାଇଁ ତାଙ୍କର ସହଯୋଗ ଲୋଡିଥିଲେ । ଗଜପତି ମହାରାଜାଙ୍କ ମାର୍ଗଦର୍ଶନରେ ଏପରି ବ୍ୟବସ୍ଥା ତିଆରି କରାଗଲେ ସମଗ୍ର ବିଶ୍ୱର ହିନ୍ଦୁ ବିଶେଷ ଭାବରେ ସାଢେ ୪ କୋଟି ଓଡିଆ ମନଖୋଲି ମହାପ୍ରଭୁଙ୍କୁ ଦାନ କରିବାର ସୁଯୋଗ ପାଇପାରିବେ ବୋଲି ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ