ଇଂଲଣ୍ଡକୁ ହରାଇଲା ଭାରତ

ଅହମଦାବାଦ ( (ୱାଇଏନ୍‌ଏସ୍‌): ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ୨ୟ ଟି-୨୦ରେ ଭାରତ ଇଂଲଣ୍ଡକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ସିରିଜ ୧-୧ରେ ପହଞ୍ଚିଛି । ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଖେଳିଥିବା ଇଶାନ କିଷନଙ୍କ ଲଢୁଆ ଅର୍ଦ୍ଧଶତକ । ସେ ୫୬ ରନ (୩୨ ବଲ, ୫ ଚୌକା, ୪ ଛକା) କରି ଆଦିଲ ରସିଦଙ୍କ ଦ୍ବାରା ଏଲବିଡବ୍ଲୁ ଆଉଟ୍ ହୋଇଥିଲେ । ଅନ୍ୟପକ୍ଷରେ ଅଧିନାୟକ ବିରାଟ କୋହଲି ୭୩ ରନ ଓ ଋଷଭ ପନ୍ତ ୨୪ ରନ କରିଥିଲେ । ଆଜି ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଇଂଲଣ୍ଡ ଦଳ ଆରମ୍ଭରୁ ଅଭିଜ୍ଞ ଜସ ବଟଲରଙ୍କୁ ହରାଇଥିଲେ ମଧ୍ୟ ଜାସନ ରଏ ଓ ଡେଓ୍ବିଡ୍ ମଲାନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରଏ ୪୬ ରନ କରି ଓ୍ବାସିଂଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇଥିବାବେଳେ ମଲାନ ୨୪ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ୨୦ ରନ ଓ ଇଅନ ମର୍ଗାନ ୨୮ ରନର ଯୋଗଦାନ ଦେଇଥିଲେ । ସେହିପରି ବେନ ଷ୍ଟୋକ୍ସ ୨୪ ରନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ