ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ଘୋଷଣା କଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର (ୱାଇଏନ୍ଏସ୍): ଭୁବନେଶ୍ୱରରେ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ଘୋଷଣା ହୋଇଛି । ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ପ୍ରଦାନ କରିଛନ୍ତି । ହାଇକୋର୍ଟ ରାୟ ନଦେବା ଯାଏଁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରହିବ ବୋଲି ସେ କହିଛନ୍ତି । ପୁରୁଣା ଦର ଅନୁସାରେ ଏବେ ଟିକସ ଆଦାୟ ହେବ । ରାଜଧାନୀ ଭୁବନେଶ୍ୱରରେ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ତରଫରୁ ବିଭିନ୍ନ ସମୟରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା । ଏହାପରେ ସରକାର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ସ୍ଥଗିତ ରଖିଛନ୍ତି । ହାଇକୋର୍ଟରେ ବର୍ତ୍ତମାନ ଏ ସଂପର୍କିତ ମାମଲା ଚାଲିଥିବାରୁ ହାଇକୋର୍ଟଙ୍କ ଶେଷ ରାୟ ନଆସିବା ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖାଯାଇଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ପ୍ରଦାନ କରିଛନ୍ତି । ସାଧାରଣ ଲୋକେ ୧୦ ଗୁଣା ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ କିପରି ପୈଠ କରିବେ ସେନେଇ ବିରୋଧୀ ପ୍ରତିବାଦ କରିଥିଲେ । ଏହା ପ୍ରତ୍ୟାହାର ନହେବା ଯାଏଁ ପ୍ରଦିବାଦ ଜାରି ରହିବ ବୋଲି ଉଭୟ ବିଜେପି ଓ କଂଗ୍ରେସ ଚେତାବନୀ ଦେଇଥିଲେ ।


