ଗଂଜାମ ପାଇଁ ସତର୍କ ଘ‌ଣ୍ଟି , ସୁରଟରେ ବଢିଲାଣି କରୋନା, ସ୍କୁଲ କଲେଜ ବନ୍ଦ

ନୂଆଦି‌ଲ୍ଲୀ, (‌ୱାଇଏନ୍‌ଏସ୍‌): ଗଂଜାମ ଓ ସୁରାଟକୁ ଦେଖିବାକୁ ଗଲେ ଗଂଜାମର ଅଧିକ ଲୋକ ସୁରାଟ ଯାଇ କାର୍ଯ୍ୟ କରୁଛ‌ନ୍ତି । ତେଣୁ ସୁରାଟରେ ଏବେ କରୋନା ପରି‌ସ୍ଥିତି ଅଣାୟତ ହେବାରେ ଲାଗିଛି । ପୂର୍ବଭଳି ଯଦି ସୁରାଟରେ ଲକ୍‌ଡାଉନ୍ କରାଯାଏ ତେବେ ଏହା ଗ‌ଞ୍ଜାମ ପାଇଁ ବିପଦ ଆଣି ଦେବ । କାରଣ ସୁରାଟରେ ଥିବା ଗଂଜାମ ‌ଶ୍ରମିକମାନେ ବା‌ଧ୍ୟ ହୋଇ କୌଣସି ନା କୌଣସି ବାଟେ ଗଂଜାମକୁ ଫେରିବାକୁ ଚେ‌ଷ୍ଟା କରିବେ । ଗୁଜୁରାଟର ସୁରଟରେ ସ୍କୁଲ-କଲେଜ ଖୋଲିବା ପରେ କରୋନା ଦ୍ଦ୍ୱିଗୁଣିତ ହୋଇଛି । ଗୋଟିଏ କଲେଜ ଓ ଦୁଇଟି ବିଦ୍ୟାଳୟରେ ୨୦ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ କଲେଜ ଓ ଦୁଇଟି ବିଦ୍ୟାଳୟରେ ୨୦ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୁଜୁରାଟରେ ଗତ ଫେବ୍ରୁଆରୀ ମାସରୁ ସ୍କୁଲ ଖୋଲିଲାଣି । ତାପରଠୁ ଏବେ ସୁଦ୍ଧା ରାଜ୍ୟରେ ୧୧୮ ଛାତ୍ରଛାତ୍ରୀ ଓ ଶିକ୍ଷକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ସୁରଟ ମ୍ୟୁନିସିପାଲ କର୍ପୋରେସନରେ ଥିବା ଗୋଟିଏ କଲେଜ ଓ ଦୁଇଟି ବିଦ୍ୟାଳୟକୁ ୧୪ ଦିନ ପାଇଁ ବନ୍ଦ କରି ଦିଆଯାଇଛି । କାରଣ କଲେଜରେ ୧୦ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେହିପରି ଗୋଟିଏ ସ୍କୁଲର ୬ ଓ ଅନ୍ୟ ଏକ ପ୍ରାଇମେରୀ ସ୍କୁଲର ୪ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥି୍ଲେ । ତେଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଭୟ ସ୍କୁଲକୁ ୧୪ ଦିନ ପାଇଁ ବନ୍ଦ କରି ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଡେପୁଟି କମିଶନର ଆଶିଷ ନାଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି, କୌଣସି ଶିକ୍ଷାନୁଷ୍ଠାନରେ ୫ରୁ ଅଧିକ କୋଭିଡ୍ କେସ୍ ସାମ୍ନାକୁ ଆସିଲେ ତାକୁ ବନ୍ଦ କରି ଦିଆଯାଉଛି । କ୍ଲାସ ରୁମକୁ ମଧ୍ୟ ସିଲ୍ କରାଯାଇ ସାନିଟାଇଜ୍ କରାଯାଉଛି । ଏପରିକି ପିଲା କିପରି ସ୍କୁଲକୁ ନଆସି ଘରେ ପାଠ ପଢି ପାରିବେ ସେନେଇ ଅନଲାଇନରେ ବ୍ୟବସ୍ଥା କରାଯାଉ ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କୁ ସୁରଟ ମ୍ୟୁନିସିପାଲ କର୍ପୋରେସନ ଅନୁରୋଧ କରିଛି । ସୁରଟରେ ମୋଟ ମାମଲା ୪୨୨୫୯ରେ ପହଁଚିଛି । ଏହାମଧ୍ୟରୁ ୪୦୫୦୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ କରୋନା ମାମଲା ପୁଣି ଥରେ ବଢିବାରେ ଲାଗିଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରେ ସ୍ଥିତି ଅଣାୟତ ହେଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ