ଭୁବନେଶ୍ୱରରେ ଫାଟିଲା ଟ୍ରାନ୍ସଫର୍ମର, ୪ ଗୁରୁତର , ବହୁ ଦୋକାନ କ୍ଷତିଗ୍ରସ୍ତ
ଭୁବନେଶ୍ଵର (ୱାଇଏନ୍ଏସ୍): ଭୁବନେଶ୍ୱର ଓମଫେଡ ଛକ ନିକଟରେ ଆଜି ଭୋର ୫ଟାରେ ନିଆଁ ଲାଗିବାରୁ ଗୋଟିଏ ଟ୍ରାନ୍ସଫର୍ମର ଫାଟିଛି | ଆଜି ଭୋର ସମୟରେ ଏଭଳି ଅଘଟଣ ଘଟିଛି | ଏହି ଦୁର୍ଘଟଣାରେ ୪ ଗୁରୁତର ଭାବେ ଆହତ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଓମଫେଡ ଛକରେ ଥିବା ଟ୍ରାନ୍ସଫରମରରେ ନିଆଁ ଲାଗିଯାଇଥିଲା, ନିଆଁ ଲାଗିବା ଫଳରେ ଟ୍ରାନ୍ସଫର୍ମରଟି ଫାଟିଯାଇଥିଲା | ଟ୍ରାନ୍ସଫର୍ମରକୁ ଲାଗିଥିବା ଦୋକାନଗୁଡିକ କ୍ଷତିଗ୍ରସ୍ତ ହୋଇଛି | ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।


