ବିଚ୍ ରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ : ସଂଘବଦ୍ଧ ଆକ୍ରମଣ କରି ଯୁବକକୁ ହତ୍ୟା

କୋଦଳା (ଗୁଲସନ କୁମାର କର): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଲିମେଘି ପଞ୍ଚାୟତର ଟୁଟୁ ନାୟକଙ୍କୁ ଆଜି ସକାଳ ୧୦ ଘଣ୍ଟ ସମୟରେ ୮ ରୁ ୧୦ ଜଣ ଯୁବକ ମିଶି ସଙ୍ଘବଦ୍ଧ ଭାବରେ ବିଚ୍ ରାସ୍ତାରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି। ମୃତ ଯୁବକଙ୍କ ଘର ନିତ୍ୟାନନ୍ଦପୁର କଲୋନୀ ରେ ବୋଲି ଜଣାପଡିଛି। ପ୍ରକାଶଥାଉକି ଯେ ଗତକାଲି ରାତିରେ ଟୁଟୁ ନାୟକଙ୍କ ଘରକୁ ଲଛିପୁର ଗ୍ରାମର ଜିତୁ ନାମକ ଜଣେ ଯୁବକ ଓ ତାର ୮ ରୁ ୧୦ ଜଣ ସାଙ୍ଗ ମିଶି ଟୁଟୁ ସମେତ ତାର ସ୍ତ୍ରୀ ରାଜଶ୍ରୀ ନାୟକଙ୍କୁ ମାଡ଼ ମାରି ଆସିଥିଲେ। କିନ୍ତୁ ପୁଣି ମଙ୍ଗଳବାର ସକାଳୁ ସମସ୍ତେ ମିଶି ଟୁଟୁଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ କେଉଁ କାରଣ ବା କେଉଁ ଶତ୍ରୁତାକୁ ନେଇ ଏତେ ବଡ଼ କାଣ୍ଡ ଘଟିଲା ବୋଲି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ କୋଦଳା ଥାନା ଆଇଆଇସିଙ୍କ ସମେତ ଅନ୍ୟ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ରିପୋର୍ଟ ଲେଖା ହେବା ସୁଦ୍ଧା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଦେହ ପଡିରହିଛି।ମୃତ ଟୁଟୁ ନାୟକ ର ତିନୋଟି ଝିଅ ଥିବାବେଳେ ଗୋଟିଏ ପୁଅ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ