ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରାସ୍ତା ଉପରେ ବାଇକ ରଖିଥିବା ଅଭିଯୋଗରେ ୧୨ଜଣଙ୍କ ଠାରୁ ୭୬ହଜାର ଟଙ୍କା ଜୋରିମାନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାସ୍ତା ଉପରେ ଗାଡି ରଖିଥିବା ଅଭିଯୋଗରେ ୧୨ଜଣ ବାଇକ ଆରୋହୀଙ୍କ ଠାରୁ ୭୬ହଜାର ଟଙ୍କାର ଜୋରିମାନା ଆଦାୟ କରାଯିବାକୁ ଚାଲାଣ କଟାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ସୋମବାର ପୂର୍ବାହ୍ନ ପ୍ରାୟ ୧୨ଟା ସମୟରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ତାଙ୍କ ଗାଡିରେ ପୁରୁଣା ବସଷ୍ଟାଣ୍ଡସ୍ଥିତ ତାଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବା ସମୟରେ ସେହି ରାସ୍ତାରେ କେତେକ ବାଇକ ରଖାଯାଇଥିବାରୁ ଗାଡି ହର୍ଣ୍ଣ ମାରିବା ପରେବି ସେହି ବାଇକ ଗୁଡିକ ରାସ୍ତାରୁ ହଟି ନଥିଲା । ପରେ ଜିଲ୍ଲାପାଳଙ୍କ ଗାଡି ଚାଳକ ଗାଡିରୁ ଓହ୍ଲାଇ ରାସ୍ତାରୁ ସେହି ବାଇକ ଗୁଡିକ ସାଇଡ କରିବା ପରେ ଜିଲ୍ଲାପାଳଙ୍କ ଗାଡି ଅଫିସ ପୋର୍ଟିକକୁ ଯାଇଥିଲା । ଏସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଖବର ପାଇ ଆଂଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ତାଙ୍କ କାର୍ଯ୍ୟାଳୟରୁ ଟ୍ରାଫିକ ସବଇନିସପେକ୍ଟର ଦେବାଶିଷ ନାୟକ ଅନ୍ୟ ଷ୍ଟାଫଙ୍କ ସହିତ ଘଟଣାସ୍ଥଳରେ ପହଁଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରାସ୍ତା ଉପରେ ଥିବା ବାଇକର ମାଲିକ ୧୨ଜଣଙ୍କ ନାମରେ ୭୬ହଜାର ଟଙ୍କାର ଜୋରିମାନା ଦେବାକୁ ଚାଲାଣ କାଟିଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ