ନୂଆପଡାରେ କ୍ଳଷ୍ଟର ସ୍ତରୀୟ ସୁରଭି
ଚିକିଟି-(ଯୁଗାବ୍ଦ ନ୍ୟୁଜ)-ଚିକିଟି ବ୍ଳକର ନୂଆପଡ଼ା ଆଞ୍ଚଳିକ ସ୍ତରୀୟ “ଶିଶୁ ପ୍ରତିଭା ବିକାଶ କାର୍ଯ୍ୟକ୍ରମ” ବା “ସୁରଭି” ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଚିକିଟି ବ୍ଳକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ବେହେରା ଓ ସ୍ଥାନୀୟ ସରପଞ୍ଚ ଏସ୍. ମମତା ଉଭୟଙ୍କ କର କମଳରେ ଉଦଘାଟନ ଓ ପ୍ରଦୀପ ପ୍ରଜ୍ଜଳନ ପରେ ସଭାପତି ରୂପେ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଭିରାମ ବେହେରା, ସମ୍ମାନିତ ଅତିଥି ରୂପେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡଭାରର ପ୍ରଧାନ ଶିକ୍ଷକ ପ୍ରସାଦ କୁମାର ପ୍ରହରାଜ ଓ ବ୍ରାହ୍ମଣ ନୂଆପଡ଼ା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁ ସେଠୀ ଯୋଗ ଦେଇ ସରକାରଙ୍କ ସୁରଭି କାର୍ଯ୍ୟକ୍ରମର ଆଭିମୂଖ୍ୟକୁ ବିଶ୍ଳେଷଣ କରିବା ସହିତ ବିଦ୍ୟାଳୟରେ ସେମାନଙ୍କ ସୃଜନଶୀଳ ବିକାଶରେ ଗୁରୁତ୍ୱ ଦେବାକୁ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ। କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମସ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ ଓ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଯେଉଁ ମାନେ କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି, ସେମାନେ ବ୍ଳକ୍ ସ୍ତରୀୟ ପ୍ରତିଯୋଗିତାରେ ଆଗାମୀ ଦିନରେ ଭାଗ ନେବେ। ସି ଆର୍ ସି ସି କେ.ଜଗନ୍ନାଥ ରାଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ଟି.ଆନେଶୁ, ରାଜେନ୍ଦ୍ର ଦାସ,ଜି ସଦାନନ୍ଦ, ଉମାକାନ୍ତ ବେହେରା,ବିବେକାନନ୍ଦ ସେଠୀ,କୁରେଶ ସାହୁ,ଜି ରାବଣା, ସନ୍ତୋଷ ପ୍ରଧାନ,ହର୍ଷ ରେଡ୍ଡୀ, ଅରୁନ୍ଧତୀ ପଟ୍ଟନାୟକ ଓ ସିରୁଞ୍ଜୁଲ ବାରିକି ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।ଶିକ୍ଷକ ବିନୟ ବିଷୋୟୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।