ବିନା ମରାମତିରେ ୮୪ବର୍ଷ ହେଲା ଚାଲିଛି ଫ୍ରିଜ୍
ଏଡିନ୍ବରା ଅନ୍ତର୍ଗତ ମାର୍ଚମୋଣ୍ଟ୍ର ବାସିନ୍ଦା ରୋଜ୍ମେରି କିଙ୍ଗ୍ହର୍ନ୍ଙ୍କ ଘରେ ପୁରୁଣା ଫ୍ରିଜ୍ ଅଛି, ଯେଉଁଟିକୁ କିଣିବାର ୮୪ ବର୍ଷ ବିତିଗଲାଣି । ତଥାପି ଫ୍ରିଜ୍ଟି କେବେ ହେଲେ ଖରାପ ହୋଇନାହିଁ । ନରନ୍ତର ସେବା ଯୋଗାଇ ଚାଲିଛି ଏହି ଫ୍ରିଜ୍ଟି । ରୋଜ୍ମେରିଙ୍କ ଶାଶୂ ୧୯୩୬ରେ “ଫ୍ରିଜିଓଡେୟାର୍’ ବ୍ରାଣ୍ଡ୍ର ଫ୍ରିଜ୍ଟିକୁ କିଣିଥିଲେ । ସେଇଟି ନିର୍ମିତ ହୋଇଥିଲା ୧୯୩୫ରେ । ୧୯୫୭ରେ ଶାଶୂଙ୍କ ଦେହାନ୍ତ ପରଠାରୁ ଫ୍ରିଜ୍ ରୋଜ୍ମେରିଙ୍କ ମାଲିକାନାରେ । ସେଥିରେ କୌଣସି ତ୍ରୁଟି ନାହିଁ । ଖାଦ୍ୟ-ପଦାର୍ଥ ସତେଜ ରହୁଛି; ବରଫ ଜମୁଛି । ଗତ ଚାଳିଶ ବର୍ଷ ମଧ୍ୟରେ ଥରେ ହେଲେ ମରାମତି ସୁଦ୍ଧା ହୋଇନାହିଁ । ରୋଜ୍ମେରିଙ୍କ ବୟସ ଅଠାଅଶୀ । ଫ୍ରିଜ୍ ତାଙ୍କୁ ଅତିକ୍ରମ କରିବା ବାବଦରେ ସେ ବେଶ୍ ଆଶାବାଦୀ ।


