ଶ୍ରୀରାମଚନ୍ଦ୍ରପୁର ଗାଁ ପଞ୍ଚତାରକା ଡାକ ଗ୍ରାମ ଘୋଷଣା

ଛତ୍ରପୁର,(ଦେବଦ‌ତ୍ତ ମହାରଣା): ଡାକ ବିଭାଗର ସୁକନ୍ୟା, ଡାକ ଜୀବନ ବୀମା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ଡାକ ସଞ୍ଚୟ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆଦି ପଞ୍ଚତାରକା ଯୋଜନାରେ ଛତ୍ରପୁର ବ୍ଲକ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ସଂପୂର୍ଣ୍ଣ ଭାବେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏଣୁ ଆଜି ବ୍ରହ୍ମପୁର ଡାକ ବିଭାଗ ପକ୍ଷରୁ ଶ୍ରୀରାମଚନ୍ଦ୍ରପୁର ଗାଁକୁ ପଞ୍ଚତାରକା ଡାକ ଗ୍ରାମ ଭାବେ ଘୋଷଣା କରାଯାଇଛି । ଏହି ଅବସରରେ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଡାକ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ଡାକ ଭବନର ସଚିବ ପ୍ରଦୀପ୍ତ କୁମାର ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ ବିଭାଗର ସମସ୍ତ ପ୍ରକାର ସେବା ଗୁଡିକ ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ପାରିଥିବା ନେଇ ସେ ବେଶ୍ ଖୁସି ଜାହିର କରିଥିଲେ । ଗ୍ରାମବାସୀ ଏହାର ସଂପୂର୍ଣ୍ଣ ସୁବିଧା ସୁଯୋଗ ଲାଭ କରିଥିବାରୁ ଶ୍ରୀରାମଚନ୍ଦ୍ରପୁର ଗ୍ରାମବାସୀଙ୍କୁ ସଚିବ ଶ୍ରୀ ବିଷୋୟୀ ପ୍ରଶଂସା କରିବା ସହ ଗ୍ରାମକୁ ଘୋଷଣା ହୋଇଥିବା ପଞ୍ଚତାରକା ଡାକ ଗ୍ରାମର ପ୍ରମାଣପତ୍ର କରିଥିଲେ । ଏଥିସହ ଏହି ସଫଳତା ପାଇଁ ସେ ଶ୍ରୀରାମଚନ୍ଦ୍ରପୁର ଶାଖାର ଡାକ ପରିଚାଳିକା ଶିବାନୀ ପାଢୀ, ଉପ ଡାକ ପରିଚାଳକ ପି.କୁର୍ମେୟା ଏବଂ ପୂର୍ବତନ ଡାକ ସହାୟକ ସିଦ୍ଧାର୍ଥ ମହାପାତ୍ରଙ୍କୁ ପ୍ରଶଂସା ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ (ଓଡିଶା) କୋଲ୍ ଜଳେଶ୍ୱର କହଁର, ବ୍ରହ୍ମପୁର ଡାକ ବିଭାଗର ଅଧୀକ୍ଷକ ତାରିଣୀ ଚରଣ ପାଢୀ, ଛତ୍ରପୁର ଉପଖଣ୍ଡର ଡାକ ବିଭାଗର ଅଧୀକ୍ଷକ କିରଣବାଳା ପଣ୍ଡା ଏବଂ ଶ୍ରୀରାମଚନ୍ଦ୍ରପୁର ଗ୍ରାମର ୱାର୍ଡସଭ୍ୟ ତଥା ନାଇଡୁ ଡି.କ୍ରିଷ୍ଣା ରାଓ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବ୍ୟବସାୟୀ ନିର୍ବାହୀ ଅଧିକାରୀ ଗୌରହରୀ ପଣ୍ଡା ପରିଚାଳନା କରିଥିବା ବେଳେ ବ୍ରହ୍ମପୁର ଡାକ ବିଭାଗର ଓଭରସର ରଜନୀ କୁମାର ପାଢୀ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ