ଚିକିତ୍ସକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା
ଆଖୁଆପଦା, (ବସନ୍ତ ବେହେରା):ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଠାରେ ବରିଷ୍ଠ ଚିକିତ୍ସକ ଡାକ୍ତର ସନ୍ତୋଷ କୁମାର ପଣ୍ଡାଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଗୟାଧର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ବରିଷ୍ଠ ନାଗରିକ ବିମ୍ବାଧର ମହାପାତ୍ର, ପ୍ରେମାନନ୍ଦ ନାୟକ, ରାଜକିଶୋର ନାଥ, ରବିନ୍ଦ୍ର କୁମାର ନନ୍ଦ, ସନ୍ତୋଷ କୁମାର ସାହୁ, ସୁରେନ୍ଦ୍ର କୁମାର ପଣ୍ଡା, ଡାକ୍ତର ନିରଞ୍ଜନ ଓଝା ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ରାଉତ, କିଶୋର ଚନ୍ଦ୍ର ଦାସ, କରୁଣାକର ବାରିକ, ସୁଧିର କୁମାର ପଣ୍ଡା, ଶିଶିର କୁମାର ପଣ୍ଡା, ନିବେଦିତା ପଣ୍ଡା, ମନୋରମା ପତି, ସୀତାକାନ୍ତ ଜେନା ପ୍ରମୁଖ ସ୍ୱର୍ଗତ ପଣ୍ଡାଙ୍କ ଉତ୍ସର୍ଗିକୃତ ସେବା ଓ ତ୍ୟାଗ ବିଷୟରେ ଆଲୋଚନା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏବିଓ ପୁରୁଷୋତ୍ତମ ଧଳ ଅତିଥିପରିଚୟ ଓ ନାରାୟଣ ପୋଥାଳ ବେଦଶ୍ଳୋକ ପାଠ କରିଥିବାବେଳେ ପ୍ରକାଶ ପଣ୍ଡା ଧନ୍ୟବାଦ ଦେଇଥିଲେ ।